Ravenshaw University
ରେଭେନ୍ସା ମହାବିଦ୍ୟାଳୟ ଗେଟ୍ ବିବାଦକୁ ନେଇ ଛାତ୍ରମାନଙ୍କ ଆମରଣ ଅନଶନ ଦେଖିବାକୁ ମିଳିଛି । ୬ ଟା ପରେ ରେଭେନ୍ସା ମୁଖ୍ୟ ଫାଟକକୁ ତାଲା ପକେଇ ପଛପଟ ଫାଟକ ଖୋଲିବା ନେଇ କୁଳପତି ନିର୍ଦେଶ ଦେବାକୁ ବିରୋଧ କରିଛି ଛାତ୍ର ସଂଘ । ପଛପଟ ଛତ୍ରବଜାର ଫାଟକ ପଟେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ସହ ମାଲବାହୀ ଟ୍ରକ୍ ଚଳପ୍ରଚଳ ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତୀକ ବିପଦ ଥିବା ଅଭିଯୋଗ କରିଛି ଛାତ୍ର ସଂଘ ।
Advertisment
ଆଗରୁ ମଧ୍ୟ ଛାତ୍ରସଂଘ ଏନେଇ ଆନ୍ଦୋଳନ କରିଥିଲେ ମଧ୍ୟ କତ୍ତୃପକ୍ଷ ନ ଶୁଣିବାରୁ ଗତକାଲି ରାତିରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ । ସେପଟେ ରେଭେନ୍ସା କତ୍ତୃପକ୍ଷ ଏହି ଘଟଣାକୁ ନେଇ ନିଜ ଜିଦ୍ରେ ଅଟଳ ଥିବାରୁ ଛାତ୍ର ମାନେ ଆନ୍ଦୋଳନ ଜାରି ରଖିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)