Advertisment

ଅସୁସ୍ଥ ହେବାରୁ ହସ୍ପିଟାଲ୍‌ ଗଲେ, ହେଲେ ଏକ୍ସପାଏରୀ ମେଡିସନ୍‌ ଖାଇ ପୁଣି ଭର୍ତ୍ତି ହେଲେ

ଏକ୍ସପାଏରୀ ମେଡିସନ୍‌ ଖାଇବା ପରେ ଛାତ୍ର ଗୁରୁତର। ଅସୁସ୍ଥ ଅନୁଭବ କରିବାରୁ ଗତ ୧୬ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

author-image
Rajalaxmi Sahoo
Student given expired medicine at private hospital in Odisha, critical

Student given expired medicine at private hospital in Odisha

ଏକ୍ସପାଏରୀ ମେଡିସନ୍‌ ଖାଇବା ପରେ ଛାତ୍ର ଗୁରୁତର। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରରେ ଥିବା ଏକ ଘରୋଇ ହସ୍ପିଟାଲରେ ଏହି ଘଟଣା ଘଟିଛି। ଅସୁସ୍ଥ ଛାତ୍ର ହେଲେ ଝରିଆ ଗାଁର ରଶ୍ମି ରଞ୍ଜନ ପଲେଇ।

Advertisment

ସୂଚନା ଅନୁସାରେ, ରାମଚନ୍ଦ୍ରପୁର ଅଞ୍ଚଳ ଝରିଆ ଗାଁର ନବ ପଲେଇଙ୍କ ପୁଅ ରଶ୍ମି ରଞ୍ଜନ ପଲେଇ ଅସୁସ୍ଥ ଅନୁଭବ କରିବାରୁ ଗତ ୧୬ ତାରିଖରେ ତାଙ୍କୁ ଚାନ୍ଦପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ହସ୍ପିଟାଲରେ ଚିକିତ୍ସା କରି ସାଙ୍ଗରେ ଔଷଧ ଏବଂ ଇଞ୍ଜେକ୍ସନ ମଧ୍ୟ ଆଣିଥିଲେ।

ଏହାପରେ ରଶ୍ମି ରଞ୍ଜନଙ୍କ ଦେହ ଭଲ ନହେବାରୁ ନିକଟସ୍ଥ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଦେଖିବା ପରେ ଏହା ଏକ୍ସପାଏରୀ ଇଞ୍ଜେକ୍ସନ ବୋଲି ଜଣା ପଡ଼ିଥିଲା। ନାବାଳକକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ରାମଚଣ୍ଡୀ ହସ୍ପିଟାଲରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ପରେ ଛାତ୍ରଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି।

Advertisment
Expired Medicine
Advertisment
Advertisment