/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700722301.jpg)
student agitation in BJP college
ପୁଣି ବିଜେବି କଲେଜରେ ଛାତ୍ର ଉତ୍ତେଜନା । ଏନେଇ କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ । କ୍ୟାମ୍ପସରୁ ପୂର୍ବତନ ଛାତ୍ରଙ୍କୁ ପୋଲିସ ଉଠାଇ ନେବାରୁ ପ୍ରତିବାଦ । ତେବେ ପୂର୍ବତନ ଛାତ୍ରଙ୍କ ନାମ ସ୍ମୃତିରଞ୍ଜନ ପଣ୍ତା । ଗତକାଲି ସେ ବିଜେବି କଲେଜକୁ ଏଣ୍ଟ୍ରାନ୍ସ ଦେବା ପାଇଁ ଆସିଥିଲେ ।
ପରେ ରାତିରେ ହଷ୍ଟେଲ ବୁଝିବାକୁ ଆସିଥିବା ବେଳେ, ପୋଲିସ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି କଲେଜ ଛାତ୍ର । କେବଳ ଗୋଟିଏ ଗୋଷ୍ଠୀର କଥା ପୋଲିସ ଶୁଣୁଛି, ଆମେ ଡାକିଲେ ପୋଲିସ ଆସୁନି, ଏପରି କିଛି କଥାକୁ ନେଇ ବିଜେବି କଲେଜରେ ପୁଣି ଛାତ୍ର ଅସନ୍ତୋଷ ଦେଖା ଦେଇଛି ।
ଗତକାଲି ରାତି ଆଠଟା ବେଳେ ସ୍ମୃତିରଞ୍ଜନ କ୍ୟାମ୍ପସରେ ଉପସ୍ଥିତ ଥିବା ବେଳେ ପୋଲିସ ଉଠାଇ ନେଇଥିଲା । ଏହାକୁ ନେଇ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । କଲେଜରେ ସମସ୍ତ କ୍ଲାସ ବନ୍ଦ ରହିଥିବା ବେଳେ, ଛାତ୍ରଛାତ୍ରୀମାନେ କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ।
ବିଜେବି କଲେଜ ରାସ୍ତା ବନ୍ଦ ରହିଛି । ଯାତାୟାତ କରୁଥିବା ଗାଡ଼ ମୋଟର ସବୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ଅଟକି ରହିଛି । ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)