/odishatv-khabar/media/post_attachments/uploadimage/library/16_9/16_9_0/ODISHA_DGP_1641026491.jpg)
ODISHA DGP
ଆକ୍ସନ ମୋଡରେ ନୂଆ ଡିଜିପି ସୁନୀଲ ବଂଶଲ। ଆଇନ ଭଙ୍ଗକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଦେଲେ ଚେତାବନୀ। ଆଇନ ଭଙ୍ଗକାରୀଙ୍କୁ ନୂଆ ବର୍ଷରେ କଡ଼ା ଚେତାବନୀ ଦେଲେ ଡିଜିପି। କହିଲେ, ନିୟମ ଭାଙ୍ଗିଲେ ମିଳିବନି ତ୍ରାହୀ। କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ପୋଲିସ। ଏହାସହ ଅସହାୟ, ଗରିବ, ନିର୍ଦ୍ଧନ ଲୋକଙ୍କୁ ସହାୟତା ଦେବାକୁ ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ସୁନୀଲ କହିଛନ୍ତି।
କେବଳ ଏତିକି ନୁହେଁ ବରଂ ଦୂରବର୍ତ୍ତୀ ସ୍ଥାନରେ ରହୁଥିବା ଜନଜାତି ଲୋକଙ୍କ ନିକଟବର୍ତ୍ତୀ ହେବ ପୋଲିସ। ଆଇନ ଭଙ୍ଗକାରୀ, ସଂଗଠିତ ଅପରାଧକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଜିପି। ଠିକ୍ ସେହିପରି ନିଶା କାରବାର ଉପରେ କଡ଼ା ନଜର ରଖିବା ସହ ମାଫିଆଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଜୋରଦାର କରିବା ପାଇଁ ସେ ସୂଚନା ଦେଇଛନ୍ତି। ତେବେ ଗତକାଲି ହିଁ ଓଡ଼ିଶା ଡିଜିପି ଭାବରେ ସୁନୀଲ ଦାୟିତ୍ୱ ନେଇଛନ୍ତି। ଓଡିଶା ପୋଲିସ ନକ୍ସଲ ଦମନ କ୍ଷେତ୍ରରେ ଭଲ କାମ କରୁଛି ବୋଲି ଗତକାଲି କହିଥିଲେ ସୁନୀଲ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)