Advertisment

ଜ୍ୟାକେଟ୍‌ର କାନ୍ଧରେ କାହିଁକି ଥାଏ ପଟି?

ଶୀତ ଦିନେ ଜ୍ୟାକେଟ୍ ଏକ ଅତି ଦରକାରୀ ପୋଷାକ ହୋଇଯାଏ। ସମସ୍ତେ ଦେଖିଥିବେ ଯେ ଜ୍ୟାକେଟ୍‌ର ଦୁଇ କାନ୍ଧରେ ପଟି ଲାଗିଥାଏ। କିନ୍ତୁ ପ୍ରାୟ ଏହାର ଉଦ୍ଦେଶ୍ୟ ଜାଣି ନଥିବେ। ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Strap on jackets

Strap on jackets

ପୋଷାକର ନୂତନ ଡିଜାଇନ୍ ସବୁବେଳେ ତିଆରି ହୁଏ ଆଉ ଫ୍ୟାଶନ୍ ଟ୍ରେଣ୍ଡ୍ ତିଆରି କରେ। ଆମେ ପିନ୍ଧୁଥିବା ପୋଷାକରେ ଏପରି ଅନେକ ଜିନିଷ ଅଛି, ଯାହା ତିଆରି କରିବା ପଛରେ ଏକ ବିଶେଷ କାରଣ ରହିଛି। କିନ୍ତୁ ଆମେ ପ୍ରାୟତଃ ସେଗୁଡ଼ିକ ବିଷୟରେ ଜାଣି ନାହୁଁ। ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଜ୍ୟାକେଟ୍‌ଗୁଡ଼ିକ କାନ୍ଧରେ ଷ୍ଟ୍ରାପ୍ସ(ଏକ ପଟି ଭଳି) ଥାଏ। ଏହା ବଟନ୍ ସହିତ ବନ୍ଦ କିମ୍ବା ସିଲେଇ ହୋଇଥାଏ। ଆପଣ ଭାବିପାରନ୍ତି ଯେ ଏହା କେବଳ ଫ୍ୟାଶନ୍ ବୋଲି, କିନ୍ତୁ ତାହା ନୁହେଁ। ସେହି ପଟିର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଅଛି।

Advertisment

ଏହି ପଟିଗୁଡ଼ିକ ବ୍ୟାଗ୍ କିମ୍ବା ପର୍ସକୁ ରଖିବା ପାଇଁ ବ୍ୟବହୃତ ହୁଏ। ଏହି କାରଣରୁ ଏହି ପଟିଗୁଡିକରେ ଏକ ବଟନ୍ ଲାଗିଥାଏ, ଯାହାଫଳରେ ବ୍ୟାଗ୍ କିମ୍ବା ପର୍ସ ରଖିବା ପରେ ସେଗୁଡିକ ବଟନ୍ ଦ୍ୱାରା ବନ୍ଦ କରାଯାଏ।

କିଛି ସମୟ ପୂର୍ବରୁ, ଯେତେବେଳେ ଏହି ଫିତାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଥିଲା, ଲୋକମାନେ ଭିନ୍ନ ଭିନ୍ନ ଅନୁମାନ କରିଥିଲେ। କିନ୍ତୁ ଯେତେବେଳେ ଏହି ପଟିର ପ୍ରକୃତ କାମ ପ୍ରକାଶ ପାଇଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଅନେକ ଲୋକ ଲେଖିଛନ୍ତି ଯେ ସେମାନଙ୍କ ଜୀବନର ଏତେ ସମୟ ଅତିବାହିତ ହୋଇସାରିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ଏହି ପଟିର ବ୍ୟବହାର ବିଷୟରେ ଜାଣି ନ ଥିବା କହିଛନ୍ତି।

Advertisment

ଏହାର ବ୍ୟବହାର ଲୋକଙ୍କୁ ଜଣା ନ ଥିବାରୁ ସେମାନେ ଏହାକୁ ବ୍ୟାଗ ରଖିବାରେ ବ୍ୟବହାର କରନ୍ତି ନାହିଁ। ତେବେ ଆଜିକାଲି ଏହା ଏକ ଷ୍ଟାଇଲ୍ ହୋଇଯାଇଥିବାରୁ ଡିଜାଇନରମାନେ ଜ୍ୟାକେଟ୍ କିମ୍ବା ସାର୍ଟର କାନ୍ଧରେ ଏହି ପଟି ତିଆରି କରନ୍ତି, କିନ୍ତୁ ସେଗୁଡିକୁ ସିଲେଇ କରି ଦେଉଛନ୍ତି।

ସୋସିଆଲ୍‌ ମିଡିଆରେ ଅନେକ ଲୋକ ଏହା ମଧ୍ୟ ଦାବି କରିଛନ୍ତି ଯେ ପୁରାତନ କାଳରେ ସୈନିକମାନେ ନିଜ ବନ୍ଧୁକକୁ କାନ୍ଧରେ ପକେଇଲା ବେଳେ ତା’ର ଫିତାକୁ ଜ୍ୟାକେଟ୍‌ର ଏହି ପଟି ଭିତରେ ବାନ୍ଧିଦେଉଥିଲେ ଯେପରି ସେଗୁଡିକ ବାରମ୍ବାର କାନ୍ଧରୁ ଖସି ନ ଯାଏ। ଏହି ପଟି ଉପରେ ସୈନିକମାନଙ୍କ ଟ୍ୟାଗ୍ ମଧ୍ୟ ବ୍ୟବହୃତ ହେଉଥିଲା ଯାହାକି ସେମାନଙ୍କ ପଦବୀକୁ ନିଶ୍ଚିତ କରୁଥିଲା। ଏହି ଅଭ୍ୟାସ ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲିଛି। ଏହି ପଟିଗୁଡିକ ସେନା ଠାରୁ ଆରମ୍ଭ କରି ପୋଲିସ୍ ପର୍ଯ୍ୟନ୍ତ ସମସ୍ତଙ୍କ ୟୁନିଫର୍ମରେ ରହିଥାଏ।

Knowledge
Advertisment
Advertisment