Advertisment

ପୁରୀ ଶ୍ରୀମନ୍ଦିରରେ ଭୟଙ୍କର ଠେଲାପେଲା, ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ

ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।

ଅଦ୍ୟତନ ହୋଇଛି
Stampede At Puri Jagannath Temple

Stampede Like situation At Puri Jagannath Temple

Advertisment

ପୁରୀ ଶ୍ରୀମନ୍ଦିରରେ ଭୟଙ୍କର ଠେଲାପେଲା। ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ-  ସୁଲୋଚନା ସାହୁ ଓ ଦିବ୍ୟା ସାହୁ। ଉଭୟଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।

Advertisment

ଏହି ସମୟରେ ବାହାର କାଠ ନିକଟରେ ଠେଲପେଲା ହେବାରୁ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ ସୁଲୋଚନା ଓ ଦିବ୍ୟା।  ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦିବ୍ୟାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ବେଳେ ସୁଲୋଚନା ଏବେ ବି ପୁରୀ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। 

ଅଧିକ ପଢ଼ନ୍ତୁ: ବଡ଼ମ୍ବା ଟି-ବ୍ରିଜରେ ଦଳାଚକଟା ପାଇଁ ଦାୟୀ କିଏ: ପବ୍ଲିକ୍ ନା ପୋଲିସ୍ ?

Advertisment

ସୂଚନାଥାଉ କି, ଗତକାଲି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି T-ସେତୁ ଉପରେ ଦଳାଚକଟା ହୋଇଥିଲା। ସିଂହନାଥ ପୀଠରେ ପ୍ରବଳ ଜନସମାଗମ ହୋଇଥିଲା।ଆଶାତୀତ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

Advertisment
Puri Srimandir Stampede Stampede At Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ