Advertisment

କଟକରୁ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

ନକଲି ଔଷଧ ବିକ୍ରି ଧରିବାକୁ ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍। ସହରର ୩ଟି ଫାର୍ମରେ ଚଢ଼ାଉ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି।

ଅଦ୍ୟତନ ହୋଇଛି
Duplicate Medicine Seized In Cuttack

Spurious medicines worth Rs 22 lakh seized in Cuttack

Advertisment

କଟକରୁ ପୁଣି ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଛି। ସହରର ୩ଟି ଫାର୍ମରେ ଚଢ଼ାଉ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି। ନିମଚଉଡ଼ି ସ୍ଥିତ କ୍ୟାଲ ଏଜେନ୍ସି ଓ ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ ଏଚ୍  ଫାର୍ମାସି ଭଳି ୩ଟି ଫାର୍ମରୁ ଟେଲ୍‌ମା-୪୦ ବ୍ରାଣ୍ଡ୍‌ର ଏହି ନକଲି ଔଷଧ ଜବତ ହୋଇଛି।

Advertisment

ଅଧିକ ପଢନ୍ତୁ: ନକଲି ମେଡିସିନ୍ କାରବାର ମାମଲା : ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ନକଲି ଔଷଧ ବିକ୍ରି ଧରିବାକୁ ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍। ପୂର୍ବରୁ ଗିରଫ ହୋଇଥିବା ଦୁଇ ଷ୍ଟକିଷ୍ଟଙ୍କଠାରୁ ଏମାନେ ଔଷଧ କିଣିଥିଲେ। ସେପଟେ ଏହି ନକଲି ଔଷଧ କାରବାରର ରହସ୍ୟ ଭେଦ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ଆଜି ଗୟା ଓ ବେଙ୍ଗାଲୁରୁ ଯିବ ବୋଲି ସୂଚନା ମିଳିଛି। ନକଲି ଔଷଧ ମାମଲାର ତଦନ୍ତ ପାଇଁ ପୂର୍ବରୁ କମିଶନରେଟ୍ ପୋଲିସ ରାଜ୍ୟ ବାହାରକୁ ଯାଇଥିଲା। 

ସୂଚନାଥାଉ କି, ନିକଟରେ କଟକ ଦୋଳମୁଣ୍ଡାଇ ମହତାବ ରୋଡ୍ ସ୍ଥିତ ଏକ ଟ୍ରାନ୍‌ସପୋର୍ଟ କମ୍ପାନୀରୁ ନକଲି ଟେଲ୍‌ମା-୪୦ ଔଷଧ ଜବତ ହୋଇଥିଲା। ପୁରୀ ଘାଟ ଥାନା ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ୧୩୫୦ ଷ୍ଟ୍ରିପ୍ ନକଲି ଔଷଧ ଜବତ ହୋଇଥିଲା। ଏହାପୂର୍ବରୁ ନକଲି ମେଡିସିନ୍ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ରିମାଣ୍ଡରେ ନେଇ ସେମାନଙ୍କୁ ପୋଲିସ୍ ପଚରାଉଚରା କରିଥିଲା। ଏହାସହ ଅଭିଯୁକ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ କରି ପୋଲିସ୍ ଖୋଳତାଡ଼ କରିଥିଲା। ଗତ ୧୦ ତାରିଖରେ ମଧ୍ୟ ନକଲି ଔଷଧ ଜବତ କରାଯାଇଥିଲା । ନକଲି ଔଷଧ ନେଇ ଥାନାରେ ଏତଲା ବି ହୋଇଥିଲା। ପୁରୀଘାଟ ଥାନାରେ ଏତଲା ଦେଇଥିଲେ ଡ୍ରଗ୍ ଇନ୍ସପେକ୍ଟର।

Advertisment
Duplicate Medicines Duplicate Medicine Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ