Advertisment

ଏଠି ଚା’ ସହ ଖିଆଯାଏ ବାସନମଜା ସ୍ପଞ୍ଜ୍: କିଣିବାକୁ ଲମ୍ବା ଲାଇନ୍

ସୋସିଆଲ୍ ମିଡିଆରେ ବାସନ ଧୋଇଲା ଭଳି ସ୍ପଞ୍ଜ୍ କେକ୍ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। କୁହାଯାଉଛି ତାଇୱାନ୍‌ ସ୍ପଞ୍ଜ କେକ୍ ବହୁ ପ୍ରସିଦ୍ଧ। ଏହା ଆକର୍ଷଣ ଆଉ ସୁସ୍ୱାଦୁ ଯେ ଏହାକୁ ଦେଖିବା ମାତ୍ରେ ଆପଣ ପାଟିରୁ ଲାଳ ବୋହିଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Sponge cake looks so real people confused with dish washer

Sponge cake looks so real people confused with dish washer

ସୋସିଆଲ୍ ମିଡିଆରେ ଖାଦ୍ୟ ସହ ଗବେଷଣାର ଧାରା ଖୁବ୍ ଭଲ ଚାଲିଛି। ଆଜିକାଲି କ୍ରିଏଟିଭକୁ ଭଲ ଖୁବ ଭଲ ଗୁରୁତ୍ୱର ସହ ନିଆଯାଉଛି। କ୍ରିଏଟିଭ୍‌ର କଥା ଯଦି ଉଠୁଛି ତେବେ ବ୍ରେକରୀ ଦୁନିଆକୁ ଭଲ ଉଦାହରଣ ଭାବେ ନିଆଯାଇପାରେ। ଆଜିକାଲି ଗୋଟିଏରୁ ବଳି ଗୋଟେ ଅଜବପ୍ରକାରର କେକ୍ ତିଆରି ହେବା ଦେଖାଯାଏ।

Advertisment

ଏହାକୁ ଦେଖିଲା ପରେ ବେଳେ ବେଳେ ନିଜ ଆଖିକୁ ମଧ୍ୟ ବିଶ୍ୱାର କରି ହୁଏ ନାହିଁ। ଏମିତି କିଛି ଫଟୋ ବର୍ତ୍ତମାନ ସାମ୍ନାକୁ ଆସୁଛି, ଯାହା ତାଇୱାନ୍‌ର ଏକ ରେଷ୍ଟୁରାଣ୍ଟ୍ ବୋଲି କୁହାଯାଉଛି। ଏହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ବର୍ତ୍ତମାନ ସୋସିଆଲ୍ ମିଡିଆରେ ବାସନ ଧୋଇଲା ଭଳି ସ୍ପଞ୍ଜ୍ କେକ୍ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। କୁହାଯାଉଛି ତାଇୱାନ୍‌ ସ୍ପଞ୍ଜ କେକ୍ ବହୁ ପ୍ରସିଦ୍ଧ। ଏହା ଆକର୍ଷଣ ଆଉ ସୁସ୍ୱାଦୁ ଯେ ଏହାକୁ ଦେଖିବା ମାତ୍ରେ ଆପଣ ପାଟିରୁ ଲାଳ ବୋହିଯିବ।

Advertisment

ଯେତେବେଳେ ଆପଣ ଏହାକୁ ପ୍ରଥମ ଦେଖିବେ ଆପଣ କିଛି ସମୟ ଦ୍ୱନ୍ଦରେ ପଡିଯିବେ। ଭାବିବେ ଏହା କେକ୍ ନା କୌଣସି ବାସନମଜା ସ୍ପଞ୍ଜ୍‌। ଆଜିକାଲି ଏହି ସ୍ପଞ୍ଜ୍ କେକ୍ ଇଣ୍ଟରନେଟ୍‌ରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ଅନେକ ଲୋକ ଏହି କ୍ରିଏଟିଭ୍‌କୁ ନେଇ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି।

ଆପଣ ପ୍ରଥମ ଯେତେବେଳେ ଏହି ସ୍ପଞ୍ଜ୍ କେକ୍‌କୁ ଦେଖିବେ ଆପଣ ଭାବିବେ କେହି କ’ଣ ବାସନାମଜା ସ୍ପଞ୍ଜ୍ ଖାଇପାରେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଇୱାନ୍‌ର ଏହି ରେଷ୍ଟୁରାଣ୍ଟରେ ଏହି ସ୍ପଞ୍ଜ୍ କେକ୍ ପାଇଁ ଲମ୍ବା ଲାଇନ୍ ଲାଗିଯାଏ। କୁହାଯାଉଛି ଯେ ଏହି ଦୁନିଆର ସବୁ କେକ୍ ଠାରୁ ଏହି କେକ୍ ସବୁଠୁ ମହଙ୍ଗା। ଫଟୋରେ ଏହି କେକ୍ ତିନି ଲେୟାରର ଦେଖାଯାଏ। ଫେସ୍‌ବୁକ୍‌ରେ ଏହି ଫଟୋ ଶେୟାର କରାଯାଇଛି। ଏହି ଫଟୋ ଉପରେ ଲୋକେ ବଢେଇ ଚଢେଇ ମତ ଦେଉଥିବା ଦେଖାଯାଏ।

Ajab Gajab
Advertisment
Advertisment