• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାକ୍ଷୀ ପୂର୍ଣ୍ଣିମାରେ ରକ୍ତ ଦାନ । ଖାଲି ଏ ବର୍ଷ ନୁହେଁ ବରଂ ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମା ଦିନ ରାକ୍ତ ଦାନ କରିଆସୁଛନ୍ତି ପିସିଆର କନେଷ୍ଟବଳ ହୃଷିକେଶ ଦାସ । ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀର ମାନ ରଖିବାର ଦାୟିତ୍ୱ ଭାଇର ବୋଲି ଆମେ ସମସ୍ତେ ଜାଣନ୍ତି । କିନ୍ତୁ ଏ ଭାଇ ଜଣକ ଏତେ ମହାନ୍‌ ଯେ ଭଉଣୀର ତ ମାନ ରଖୁଛନ୍ତି, ଏହାସହ ଅନ୍ୟ ଜଣଙ୍କ ଜୀବନ ବି ବଂଚାଇ ଦେଉଛନ୍ତି ।

ଏହି ମହାନ ବ୍ୟକ୍ତି ଜଣକ ହେଉଛନ୍ତି ପିସିଆର କନେଷ୍ଟବଳ ହୃଷିକେଶ ଦାସ। ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସର ପିସିଆର କନେଷ୍ଟବଳ ଭାବରେ କାମ କରୁଛନ୍ତି । ଆଉ ନିଜ ଦାୟିତ୍ୱକୁ ସେ ବେଶ୍ ଭଲରେ ନିର୍ବାହ ବି କରନ୍ତି । ହେଲେ ରାକ୍ଷୀପୂର୍ଣ୍ଣିମାରେ ସେ ଯେଉଁ କାମ କରୁଛନ୍ତି, ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଡାକରେ ଭଉଣୀ ପଠାଉଥିବା ରାକ୍ଷୀ ସେ ହାତରେ ବାନ୍ଧିନପାରନ୍ତି, କିନ୍ତୁ ରାକ୍ଷୀ ପୂର୍ଣ୍ଣିମାରେ ରକ୍ତ ଦେବାକୁ କେବେ ବି ଭୁଲିନାହାନ୍ତି ।

ବର୍ତ୍ତମାନ ସମୟରେ ଅନେକ ଲୋକ ରକ୍ତଦାନ କରୁଛନ୍ତି ସତ । କିନ୍ତୁ ଦୃଷିକେଶଙ୍କ ବ୍ଲଡ୍‌ ଗ୍ରୁପ୍‌ ବି ତାଙ୍କ ପରି ନିଆରା । ସାଧାରଣତଃ O-ve ବ୍ଲଡ୍‌ ସହଜରେ ମିଳିନଥାଏ । ସେଇଥି ପାଇଁ ତ ନିଜସ୍ୱ ଇଚ୍ଛାରେ ମେଡିକାଲରେ ଯାଇ ରକ୍ତଦାନ କରିଆସନ୍ତି । ଆଉ ବଂଚାଇ ଦିଅନ୍ତି ଗୋଟେ ମୂଲ୍ୟବାନ ଜୀବନ।

ହୃଷିକେଷଙ୍କ ବଦାନ୍ୟତା ଏତିକିରେ ସରିନି। ବରଂ ନିମାପଡ଼ା କୋଠସାହିର ଜଣେ କିନ୍ନର ପ୍ରାଣ ହାରିବା ପରେ ତାଙ୍କ ଭଉଣୀର ବାହାଘରରେ ଦେବଦୂତ ସାଜିଥିଲେ ହୃଷିକେଶ । ନିଜସ୍ୱ ଦରମା ଟଙ୍କାରୁ ବାହାଘର ପାଇଁ ଅର୍ଥ ଦେଇଥିଲେ ଆଉ ବାହାଘର ବି କରାଇଥିଲେ। ଆଉ ଏଇ ଖବର ଜଣାପଡ଼ିବା ପରେ ପୂରା ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା । ସତରେ ଆଜିକା ଦିନରେ ଏମିତି ଜଣେ ମହାନ ବ୍ୟକ୍ତିତ୍ୱ ମିଳିବା କଷ୍ଟକର।

ରିପୋର୍ଟ- ଆଲୋକ ମହାନ୍ତି