Advertisment

ଦୟନୀୟ ସ୍ଥିତିରେ ଗାଁର ମୁଖ୍ୟ ରାସ୍ତା, ଆମ୍ବୁଲାନ୍ସ ପସିପାରୁନି କି ବାହାଘରଟେ ହୋଇପାରୁନି

ଇଏ ଏମିତି ଏକ ଗାଁ..ଯେଉଁ ଗାଁକୁ ଭଲ ରାସ୍ତା ଟିଏ ନାହିଁ। ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ। ସ୍ଥିତି ଏମିତି ହେଲାଣି ଯେ, ରାସ୍ତା ପାଇଁ ଗାଁରେ ବାହାଘର ହେଉନଥିବା ହେଲାଣି ଅଭିଯୋଗ

author-image
Manoranjan Behera
ଅଦ୍ୟତନ ହୋଇଛି
Sans Motorable Road

Sans Motorable Road

ଗାଁର ମୁଖ୍ୟ ରାତ୍ସ୍ତାର ଅବସ୍ଥା ଦେଖିଲେ ଆପଣ ବି କେବେ ବିଶ୍ୱାସ କରିପାରିବେନି ଯେ, ତାହା ଗୋଟିଏ ଗାଁର ମୁଖ୍ୟ ରାସ୍ତା ବୋଲି । ରାସ୍ତାରେ ଦୋହଲି ଦୋହଲି ଗାଡ଼ି ନେଇ ଯାଆସ କରୁଛନ୍ତି ଗାଁ ଲୋକମାନେ । ସ୍ଥିତି ଏମିତି ହେଲାଣି ଯେ, ଟିକିଏ ଅସାବଧାନ ହେଲେ ସିଧା ବିଲ ଭିତରେ ।

Advertisment

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ରାଉଳଡିଆ ଗାଁରେ । ଏହି ଗାଁରେ ୪୦୦ ରୁ ଅଧିକ ଲୋକ ରହୁଛନ୍ତି । ହେଲେ ରାସ୍ତାର ଅବସ୍ଥା କଣ ତାହା ଦେଖିଲେ ଜାଣିପାରିବେ । ଗାଁର ରାସ୍ତାର ଅବସ୍ଥା ପାଇଁ ଗାଁ ଭିତରକୁ ଆମ୍ବୁଲାନ୍ସ ବି ଆସିପାରୁନି । ସେଥିପାଇଁ ତ କେହି ରୋଗରେ ପଡ଼ିଲେ ଟେକି ଟେକି ତାକୁ ମେଡିକାଲ ନିଅନ୍ତି ଗାଁ ଲୋକେ ।

ଏହା ଏମିତି ଗାଁ ଯେଉଁ ଗାଁକୁ ଚାରିପଟୁ ଘେରି ରହିଛି କାଣୀ ନଦୀ । ଏମିତି ଅବସ୍ଥା ପାଇଁ ପ୍ରଶାସନ ପାଖରେ ପୋଲ ଖଣ୍ଡିଏ ପାଇଁ ଗୁହାରି କରି କରି ଥକି ପଡ଼ିଲେଣି ଗାଁ ଲୋକେ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଖରାଦିନେ ତ ଯାହା ଯେମିତି ଚଳିଯାଉଥିଲା କିନ୍ତୁ ଏବେ ବର୍ଷାଦିନରେ ଅବସ୍ଥା ଭାରି ସାଙ୍ଘାତିକ ।

Advertisment

ସ୍ଥିତି ଏମିତି ଯେ, ଗାଁକୁ ରାସ୍ତା ନଥିବାରୁ ପୁଅ-ଝିଅଙ୍କ ବାହାଘର ହୋଇପାରୁନଥିବା ଅଭିଯୋଗ କଲେଣି ଗାଁ ଲୋକେ । ଏମିତିକି ୨୦ ବର୍ଷ ପୂର୍ବେ ଗାଁ ଯେମିତି ଥିଲା ଏବେ ବି ସେମିତି ରହିଛି ବୋଲି ଅନେକ କୁହନ୍ତି । ସେପଟେ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ସେ କହିଛନ୍ତି ଯେ, ଗାଁର ସମସ୍ୟା ସମ୍ପର୍କରେ ପ୍ରଶାସନ ଅବଗତ ଅଛି । ଗାଁ ପଂଚାୟତ ପଇସାରେ ତୁରନ୍ତ ରାସ୍ତା ନିର୍ମାଣ କରାଯିବ ।

ଗୋଟିଏ ପଟେ ଗାଁର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ ଗାଁର ବିକାଶ କେମିତି ହୋଇଛି ତାହାର ଦୃଶ୍ୟ ଆପଣଙ୍କ ସାମ୍ନାରେ ।

ରିପୋର୍ଟର- ପ୍ରବୀର କୁମାର ନାୟକ

Special Story Sans Motorable Road
Advertisment
Advertisment