/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668860265.jpg)
Drunk Teacher
ରାସ୍ତା କଡରେ ବାଇକ ଛିଡା ହୋଇଛି, ଆଉ ରାସ୍ତା ପାଖରେ ମାତାଲ ଶିକ୍ଷକ ଗଡୁଛନ୍ତି। ତାହା ପୁଣି ଫୁଲ୍ ସ୍କୁଲ ୟୁନିଫର୍ମରେ । ଏ ଭିଡିଓ ଦେଖିଲେ ଆପଣ କହିବେ, ଏଭଳି ଶିକ୍ଷକ ଆମ ଛୁଆଙ୍କୁ ମଣିଷ କରିବେ, ଯାହାଙ୍କର ନିଜର ହୋସ୍ ନାହିଁ । ଆମ ସାର ଏତେ ମାତ୍ରାରେ ପିଇଛନ୍ତି ଯେ ପୂରା ବେହୋସ୍ ହୋଇ ରାସ୍ତା କଡରେ ଗଳିପଡିଛନ୍ତି ।
ଗାଡି ନମ୍ବର 0D-03-N-7482 । ବାସ୍ ଏଇ ଗାଡିରେ ବସି ଆସିଲେ ଜୋର ନିଶା ହେବାରୁ ରାସ୍ତା କଡରେ ଗଡିପଡ଼ିଲେ। ଶିକ୍ଷକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ମଦ ପିଇ ମାତାଲ ହେଲେ ଶିକ୍ଷକ । ସ୍କୁଲ ଯିବା ବେଳେ ରାସ୍ତା କଡ଼ରେ ଏମିତି ପଡିଲେ ଯେ ରାସ୍ତାରେ ଯିଏ ଗଲା ସିଏ ଦେଖିଲା। ଆଉ ସେହି ମାତାଲ ଲୋକ ଜଣକ ହେଉଛନ୍ତି ଜଣେ ସହକାରୀ ଶିକ୍ଷକ । ଭିଡିଓରେ ଦେଖାଯାଉଥିବା ଏହି ଶିକ୍ଷକ ଜଣକ ହେଲେ ପାଟଣାଗଡ଼ ଉପଖଣ୍ଡ ସହକାରୀ ଶିକ୍ଷକ ଖଗେଶ୍ୱର ବାରଲେବିଡ଼ିଆ।
ମଙ୍ଗଳବାର ଦିନ ୧୧ ଟା ସମୟରେ ପାଟଣାଗଡ଼ -ପଦ୍ମପୁର ରାସ୍ତାର ଚିକିଟାମାଳ ଛକଠାରେ ଏମିତି ମାତାଲ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଭିଡ଼ିଓ କରିଥିଲେ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ସମ୍ପୃକ୍ତ ଶିକ୍ଷକ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।
(ରିପୋର୍ଟ- ବଲାଙ୍ଗୀର ପାଟଣାଗଡରୁ କରୁଣାକର ବୁଡେକ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)