Advertisment

ଏମିତି ମାଆକୁ ଶହେ ପ୍ରଣାମ ! ପୁଅର ଅଧୁରା ସ୍ୱପ୍ନ ପୂରଣ କଲା, ଦାନ କରିଦେଲା ଧନ ସଂପତ୍ତି ସହ ନିଜ ଶରୀର

ଦୁନିଆରେ ମାଆ ହେଉଛି ଏମିତି ଏକ ଶବ୍ଦ, ଯାହା କି ଦୁନିଆର ସବୁଠାରୁ ଶକ୍ତିଶାଳୀ। ଆଉ ମାଆ ହେଉଛି ଏମିତି ଏକ ସଂଜ୍ଞା, ଯାହା ଖୋଜି ପାଇବା ବୋଧ ହୁଏ ଏ ମଣିଷ ସମାଜ ପାଇଁ କଷ୍ଟକର। ଆପଣମାନେ ଅନେକ ମାଆ-ପୁଅଙ୍କ କଥା ଶୁଣିଥିବେ, ଯେଉଁଠି ମାଆର ଅଧୁରା ସ୍ୱପ୍ନକୁ ପୂରଣ କରିଥାଏ ପୁଅ। ହେଲେ ଏଠି ସଂପୂର୍ଣ୍ଣ ଓଲଟା। ମାଆ ପୂରଣ କଲା ପୁଅର ଅଧୁରା ସ୍ୱପ୍ନ ।

author-image
Satyendu Shekher Mishra
Mother Donate Land

Mother Donate Land

ଆପଣ ଜାଣିଥିବେ ବୟସର ଅପରାହ୍ନରେ ଥିବା ବାପାମାଆଙ୍କ ଆଶାକୁ ପୂରଣ କରିଥାଏ ପୁଅ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା କହିବୁ ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ । ଜଣେ ମାଆ ତାର ପୁଅ ଆଶାକୁ ପୂରଣ କରିଛି । ମାତ୍ର ୨୩ ବର୍ଷ ବୟସରେ ପୁଅ ଆରପାରିକୁ ଚାଲିଯିବା ପରେ ଶ୍ରାଦ୍ଧ ବାର୍ଷିକୀରେ ପୁଅର ଆଶା ପୂରଣ କରି ଏହି ମାଆ ଆଜି ଚର୍ଚ୍ଚାରେ l ପୁଅ ମୃତ୍ୟୁର ୨ ବର୍ଷ ପରେ ତାର ଇଚ୍ଛା ପୂରଣ କରିବା ପାଇଁ ମାଆ ତାର ନିଜ ଶରୀର ସହିତ ସମସ୍ତ ଧନସମ୍ପତ୍ତିକୁ ଟ୍ରଷ୍ଟକୁ ଦାନ କରି ଦେଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଅଇଁରୀ ଗାଁରେ ।

Advertisment

ସୋର ବ୍ଲକ ଅଇଁରୀ ଗାଁର ସୁଷମା ପାଢ଼ୀ । ଗତ ୨ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାରେ ପୁଅ ଦୀପ୍ତିକାନ୍ତ ପାଢ଼ୀଙ୍କ ଜୀବନ ଚାଲି ଯାଇଛି l ସବୁବେଳେ ସମାଜସେବାରେ ନିଜକୁ ନିୟୋଜିତ କରି ଦେଇଥିଲେ ଦୀପ୍ତିକାନ୍ତ l ପୁଅ ଆରପାରିକୁ ଚାଲିଯିବା ପରେ ସୁଷମାଙ୍କ ଏବେ ଏକୁଟିଆ ହୋଇ ଯାଇଛନ୍ତି । କିନ୍ତୁ କେବେ ଭାଙ୍ଗି ପଡ଼ି ନାହାନ୍ତି l ଦୁନିଆ ଆଗରେ ପୁଅକୁ ଜୀବିତ କରି ରଖିବା ପାଇଁ ନିଜର ସମସ୍ତ ଧନ, ସମ୍ପତ୍ତି ସହିତ ନିଜ ଶରୀରକୁ ପୁଅର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଦିପ୍ତୀବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ନାମକ ଏକ ଟ୍ରଷ୍ଟକୁ ଦାନ କରି ଦେଇଛନ୍ତି ।

ବୟସର ଅପରାହ୍ନରେ ପ୍ରତ୍ୟେକ ବୃଦ୍ଧ, ବୃଦ୍ଧା ପୁଅ ଉପରେ ନିର୍ଭର କରିଥାନ୍ତି । ହେଲେ ମୃତ ଦୀପ୍ତିକାନ୍ତଙ୍କ ୫୬ ବର୍ଷୀୟ ମାଆ ସୁଷମା ପାଢ଼ୀ ଏବେ ସମାଜ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଏପରିକି ମହତ କାମକୁ ଦୀପ୍ତିକାନ୍ତଙ୍କ ମାମୁଁ ପ୍ରଶଂସା କରିବା ସହ ଭଣଜାର ଶେଷ ଇଛା ପାଇଁ ଏହି ଟ୍ରଷ୍ଟରେ ନିଜେ କାମ କରି ବୃଦ୍ଧ ବୃଦ୍ଧାମାନଙ୍କର ସେବା କରିବା ପାଇଁ ଇଛା ରଖିଛନ୍ତି । ସେହି ଉଦ୍ଦେଶ୍ୟରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଶରୀର ଦାନ କରିବା ପାଇଁ ଟ୍ରଷ୍ଟ ସହିତ ଚୁକ୍ତି ମଧ୍ୟ କରିଛନ୍ତି ।

Advertisment

ସୁଷମାଙ୍କ ପରି ଜଣେ ମହାନ ମଣିଷ, ମାଆ ହିସାବରେ ସମାଜକୁ ଯେଉଁ ଦିଗ୍‌ଦର୍ଶନ ଦେଇଛନ୍ତି ତାହା ବୋଧ ହୁଏ ଏକ ବିରାଟ ଉଦାହରଣ ହୋଇ ରହିବ । ଏପରି ମାଆକୁ ଓଟିଭିର ଶତ ପ୍ରଣାମ ।

Mother Full Fill Son's Dream
Advertisment
Advertisment