• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଲାଙ୍ଗିର: ସିଆରପିଏଫ୍‌ରେ ଯୋଗଦେଇ ଗାଁକୁ ଫେରିବା ପରେ ଦୁଇ ଓଡିଆ ପୁଅଙ୍କୁ ମିଳିଲା ଭବ୍ୟ ସମ୍ବର୍ଦ୍ଦନା । କାରଣ ଏବେ କେବଳ ସେ ଖାଲି ଫୋର୍ସକୁ ଯୋଗ ଦେଇନାହାନ୍ତି ବରଂ ଗାଁରେ ଥିବା ଅନ୍ୟ ମାନଙ୍କୁ ବି ପ୍ରେରଣା ଦେଇଛନ୍ତି । ଗାଁର ଆଶିଷ ନାଗ ଓ ଜ୍ୟୋତି ରଂଜନ ଥନାପତି ଦେଶ ମାତୃକାର ସେବା CRPF ରେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଗାଁର କୌଣସି ବ୍ୟକ୍ତି ଯବାନ ବନିଥିବାରୁ ବଲାଙ୍ଗିର ପାଟଣାଗଡ଼ ଝୁଲେନବର ଗାଁରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ବାଜା ବାଜୁଛି, ଭାରତ ମାତାକି ଜୟ ଧ୍ୱନି ବି ଶୁଭୁଛି । ଜୟ ଯବାନ ନାରାରେ ପ୍ରକମ୍ପିତ ହେଉଛି ସାରା ଗାଁ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଝୁଲେନବର ଗାଁର ଦୁଇ ପୁଅ ଆଶିଷ କୁମାର ନାଗ ଓ ଜ୍ୟୋତି ରଂଜନ ଥନାପତି CRPFରେ ଚାକିରି ପାଇବା ପରେ ଏବେ ଗାଁକୁ ଛୁଟିରେ ଆସିଛନ୍ତି । ୬ ମାସ ତଳେ ଏମାନେ ପ୍ରଶିକ୍ଷଣ ପାଇଁ ଚେନ୍ନାଇ ଯାଇଥିଲେ । ଟ୍ରେନିଂ ସାରି ଗାଁରେ ପହଞ୍ଚିବା ପରେ ବିଶାଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଧବଳେଶ୍ୱର ଯୁବସଂଘର କର୍ମକର୍ତ୍ତା ଗାଁର ମା, ଭଉଣୀମାନେ ବନ୍ଧାପନା କରି ପାଛୋଟି ନେଇଛନ୍ତି ଦୁଇ ପୁଅଙ୍କୁ । ଦେଶମାତୃକାର ସେବା ପାଇଁ ସେନାରେ ଭର୍ତ୍ତି ହୋଇଥିବା ଯବାନ ନିଜ ଜନ୍ମକଲା ମାଆଠୁ ଆର୍ଶୀବାଦ ନେବାର ମୁହୁର୍ତ୍ତକୁ ଗାଁର କିଛି କୁନି କୁନି ପିଲାମାନେ ଏହାକୁ କ୍ୟାମେରାରେ କଏଦ କରୁଥିବାର ଦେଖିବାକୁ ମିଳିଛି । ଗାଁ ଲୋକେ ଏନେଇ ବେଶ ଉତ୍ସାହିତ ରହିଛନ୍ତି ।

 

ଆଶିଷ ଓ ଜ୍ୟୋତି କଠିନ ପରିଶ୍ରମ ପରେ ସିଆରପିଏଫରେ ସିଲେକସନ୍‌ ହୋଇ ୬ ମାସ ପର୍ଯ୍ୟନ୍ତ ସେକ୍ଟର ଆଟିସିଏଓ୍ୱାଡି ଚେନ୍ନାଇ ଠାରେ ଟ୍ରେନିଙ୍ଗ ନେଉଥିଲେ । ଟ୍ରେନିଙ୍ଗର ୬ ମାସ ପରେ ନିଜ ଗାଁ ଝୁଲେନବରକୁ ଫେରିଛନ୍ତି । ଝୁଲନବାର ଗାଁର ଯୁବକମାନେ ପୁଲିସ ବିଭାଗ , ସେନା ଓ ନୈସେନାରେ ଯୋଗ ଦେବା ପାଇଁ ଚେଷ୍ଟାକରିଥାନ୍ତି । ପୂର୍ବରୁ ଏହି ଗାଁର ଯୁବକମାନେ ପୁଲିସ ବିଭାଗର ଅନ୍ୟାନ୍ୟ ପଦ ପଦବୀରେ ଥିବା ବେଳେ ପ୍ରଥମ ଥର ପାଇଁ ଦୁଇ ଜଣ ଯୁବକ ସିଆରପିଏଫରେ ଭର୍ତ୍ତି ହୋଇଥିବାରୁ ଏହାକୁ ନେଇ ଗ୍ରାମବାସୀ ବେଶ୍ ଗର୍ବିତ ଅନୁଭବ କରିଛନ୍ତି ।