• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାପା-ମାଆ ଦୋଷ କଲେ । କିନ୍ତୁ ଜେଲ୍‌ ଗଲା ପୁଅ । ହୁଏତ କଥା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିପାରେ। କାରଣ ଆଇନ କହୁଛି ଯିଏ ଦୋଷୀ ସିଏ ଦଣ୍ଡ ପାଇବ। ତେବେ ବାପା-ମାଆ ଦୋଷ କଲେ ପିଲା ଦଣ୍ଡ କାହିଁକି ପାଇବ ? କୌଣସି ଦୋଷ ନଥିଲେ ନିରୀହ ପିଲାଟି ବାପା-ମାଆଙ୍କ ସହ ଜେଲ୍‌ ଯାଇଛି । ପୋଲିସ ଭ୍ୟାନରେ ବସି ଜେଲ ଯାଉଛି ୩ ବର୍ଷର କୁନି ପୁଅ । ଯେଉଁ ବସୟରେ ଗାଁ ମାଟିରେ ଖେଳିବା କଥା, ସେଇ ବୟସରେ ଜେଲର ଅନ୍ଧାର କୋଠରୀରେ ରହିବାକୁ ଯାଉଛି ଏହି କଅଁଳା ପିଲା ।

ମୟୂରଭଂଜ ଜିଲ୍ଲା କରଞ୍ଜିଆର ଭଅଁରା ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକ ମିଳିଛି । ଗାଁର ମଙ୍ଗଲ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ଜ୍ୟୋତି ନିଜ ବାପାଙ୍କୁ ହତ୍ୟା କରି ଏବେ ଜେଲ ଯାଇଛନ୍ତି । ଆଉ ତାଙ୍କ ସହ ଜେଲ ଯାଇଛି ୩ ବର୍ଷର କୁନି ପୁଅ । ୨୫ ତାରିଖ, ବିଳମ୍ବିତ ରାତିରେ ଘଟିଥିଲା ଭୟଙ୍କର ଘଟଣା । ରାତିରେ ପୁଅ ବୋହୂ ଶୋଇଥିବା ବେଳେ ଲୋଚନ ମାଛ ଧରିବାକୁ ପୁଅକୁ ଡାକିଥିଲେ । ହେଲେ ପୁଅ ରାଜି ନହେବାରୁ ଏକ ଧାରୁଆ ଅସ୍ତ୍ରରେ ପୁଅକୁ ଆକ୍ରମଣ କରିଥିଲେ ଲୋଚନ । ଆଉ ଏହାକୁ ପ୍ରତିରୋଧ କରିବାକୁ ଯାଇ ପୁଅ-ବୋହୂ ବି ଲୋଚନଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଆଉ ଏହି ଆକ୍ରମଣରେ ଲୋଚନଙ୍କ ପ୍ରାଣ ଯାଇଥିବା ବେଳେ ପୁଅ-ବୋହୂ ଆହତ ହୋଇଥିଲେ । ଲୋଚନଙ୍କର ମୃତ୍ୟୁ ହୋଇଥିବା ଜାଣିନଥିଲେ ପୁଅ-ବୋହୂ। ତେଣୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଇଥିଲେ।

କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏମିତିକି ପୁଅ ବୋହୂ ଆକ୍ରମଣରେ ଗୁରୁତର ହୋଇଥିବାରୁ ସେମାନେ ବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଉ ଖବର ପ୍ରଚାରିତ ହେବା ପରେ ପୋଲିସ ମାମଲା ରୁଜୁ କରିବା ସହ ପୁଅ-ବୋହୂଙ୍କୁ ଗିରଫ ବି କରିଥିଲା । ପରେ ପୋଲିସ ସାମ୍ନାରେ ସବୁ ସତ ମାନିଯାଇଥିଲେ ଉଭୟ ଦମ୍ପତି । ବାପା-ମାଆ ଦୋଷ କରି ଜେଲ ଯିବା ପରେ ଏବେ କିନ୍ତୁ ଅନାଥ ପରି ବଂଚୁଛନ୍ତି ୪ଟି ପିଲା । କାରଣ ବାପା-ମାଆ ଜେଲ ଯିବା ପରେ ଏମାନଙ୍କ କଥା ବୁଝିବାକୁ ଆଉ କେହି ନାହିଁ ।

 

କିନ୍ତୁ କ୍ରାଇମ ସିନ୍‌ ରିକ୍ରିଏସନ କରିବା ବେଳେ ନିଜ ପିଲାଙ୍କୁ ଦେଖି କାନ୍ଦି ପକାଇଥିଲା ମାଆ । ଆଉ କହିଥିଲା ମୁଁ ସାଙ୍ଗରେ ମୋ ଛୁଆଙ୍କୁ ନେଇଯିବି । କିନ୍ତୁ ଆଇନ ଅନୁସାରେ, ମା’ କ୍ଷୀର ଖାଉଥିବା ଛୁଆ ହିଁ ମାଆ ସହ ଯାଇପାରିବ । କିନ୍ତି ଏହି ୩ ବର୍ଷର କୁନି ପୁଅକୁ ଛାଡି ଅନ୍ୟ ସମସ୍ତେ ଗାଁରେ ରହିବେ ବୋଲି ଜଣାପଡ଼ିଛି । ସେପଟେ ୪ ଛୁଆଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ବାପା-ମାଆ । ବାପା-ମାଆ ସିନା ଦୋଷ କରି ଜେଲ ଗଲେ କିନ୍ତୁ ଏ କୁନି ପୁଅର କୌଣସି ଦୋଷ ନଥିଲେ ବି ସେ ଜେଲକୁ ଯାଇଛି।

(ରିପୋର୍ଟ- ଦୀପକ କୁମାର ମହାନ୍ତ, କରଂଜିଆ)