Advertisment

ମଜୁରୀ ଖଟୁଛି ବାପା; ଖଟରେ ଶୋଇଛି ଭେଣ୍ତିଆ ପୁଅ, ସାହାଯ୍ୟ ମିଳିଲେ..

କିଟିକିଟି ଅନ୍ଧାର ଘର ଭିତରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି...

ଅଦ୍ୟତନ ହୋଇଛି
Disability In Odisha

Dibyang Son

Advertisment

ଭଂଗା ଦଦରା ଘର ଭିତରେ କବାଟ ନାହିଁ କି ଝରକା ନାହିଁ । ଭଙ୍ଗା ଘରକୁ ଯିବା ପାଇଁ କିଛି ଭଂଗା ଆଜବେଷ୍ଟର, ଛିଣ୍ଡା ମଶାରୀ କନାକୁ ବାହାର କରି ଘର ଭିତରକୁ ପ୍ରବେଶ କରୁଛନ୍ତି ଜଣେ ବୃଦ୍ଧା ଜଣକ । କାରଣ ସେହି ଘରେ ଶୋଇଛି ତାଙ୍କ ଦିବ୍ୟାଙ୍ଗ ପୁଅ । ଏ ଦୃଶ୍ୟ ଯେତିକି ହୃଦୟବିଦାରକ ସେତିକି କଷ୍ଟଦାୟକ ମଧ୍ୟ ।

Advertisment

କିଟିକିଟି ଅନ୍ଧାର ଭିତରେ ଖଟରେ ଶୋଇଛି ଦିବ୍ୟାଙ୍ଗ ପୁଅ । ହାତ ଚାଲୁନି କି ଗୋଡ ଚାଲୁନି । ସେଇଥି ପାଇଁ ତ ନିତିଦିନ ମଜୁରୀ କରି ଆସିଲେ ଘରେ ଶୋଇଥିବା ପୁଅର ସେବାରେ ଲାଗିପଡେ ବୁଢା ବାପା । ହେଲେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ବାପାଙ୍କ ଅପେକ୍ଷାରେ ଘରେ ପଡିରହିଥାଏ ଦିବ୍ୟାଙ୍କ ପୁଅ ।

ସମ୍ବଲପୁର କିସିଣ୍ଡା ପଚାଂୟତ ଫଟାମୁଣ୍ଡା ଗାଁର ଭଗବାନ ବଘାର। ପୁଅ ଜନ୍ମ ହେବାର ୩ ବର୍ଷ ପରେ ମାଆ ଆରପାରିକୁ ଚାଲିଗଲେ । ଆଉ ମାଆ ଯିବା ପରେ ଭେଣ୍ଡିଆ ପୁଅକୁ ପାଳିପୋଷି ବଂଚାଇ ରଖିଛି ବୁଢା ବାପା । ପୁଅର ବୟସ ବଡୁଛି ସତ ହେଲେ ଶରୀର ବଢୁନି । ସ୍ଥିତି ଏମିତି ହେଲାଣି ଯେ ବାପାଙ୍କ ବିନା ସାହଯ୍ୟରେ ପୁଅ କଡ ଲେଉଟି ପାରୁନି ।

Advertisment

ମାଆ ଯିବା ପରେ ଭାସିଯାଇଛି ଭଗବାନ ବଘାରଙ୍କ ସୁନାର ସଂସାର । ସକାଳୁ ଭଗବାନ କାମକୁ ପଳାଇବା ପରେ ସବୁ ଠପ୍‌ ହୋଇଯାଏ । ଆଉ ଆସିଲା ବେଳକୁ କେତବେଳେ ୨ଟା ନହେଲେ ୩ଟା । ଆଉ କାମରୁ ଆସିବା ପରେ ସାହିପଡିଶା କଣ ଦୁଇଟା ଫୁଟେଇକି ଦେଇଥିବେ ସେଇଆକୁ ଖାଇବେ ବାପ-ପୁଅ ।

ପୁଅର ଏହି ଅବସ୍ଥାକୁ ନେଇ ଚିନ୍ତାରେ ବୁଢା ବାପା ଭଗବାନ । ପୁଅକୁ ଭଲ କରିବାକୁ ସମ୍ବଲପୁର ଠୁ ବୁର୍ଲା ସବୁଠି ଦେଖାଇଛନ୍ତି । ହେଲେ ଡାକ୍ତର କଟକ ମେଡିକାଲରେ ଦେଖାଇବାକୁ ଦେଇଥିଲେ ପରାମର୍ଶ । କିନ୍ତୁ ଟଙ୍କାର ଅଭାବ ପାଇଁ କଟକ ମେଡିକାଲରେ ପୁଅର ଚିକିତ୍ସା କରାଇ ପାରିନଥିଲେ ଭଗବାନ । ଯେଉଁଥି ପାଇଁ ୧୭ ବର୍ଷ ହେଲା ଏକ ଅନ୍ଧାର ଘରେ ଜୀବନ ବିତାଉଛି ଅଜୟ ।

Advertisment

ସରକାରୀ ସ୍ତରରେ ଅଜୟକୁ ଦିବ୍ୟାଙ୍ଗ ଭତ୍ତା ଆଉ ବୁଡାବାପକୁ କେବଳ ୫କେଜି ଚାଉଳ ମିଳୁଛି । ଏ ପର୍ଯ୍ୟନ୍ତ ବାପା ଭଗବାନଙ୍କୁ ଭତ୍ତା କିମ୍ବା ଘରଟିଏ ମିଳିନି । ସରକାରୀ ସହାୟତା ବି ଏ ପରିବାରକୁ ମିଳୁନି। ତେବେ ଏମିତି ଦୁଃଖୀ ପରିବାରକୁ ଶୀଘ୍ର ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ । ସେପଟେ ଭଗବାନଙ୍କ ପରିବାର ସମ୍ପର୍କରେ ଖବର ପାଇବା ପରେ ବିଡିଓ ବିବେକାନନ୍ଦ ସାହୁ କହିଛନ୍ତି ଖୁବଶୀଘ୍ର ଯୋଗାଇ ଦିଆଯିବ ସହାୟତା ।

(ରିପୋର୍ଟର- ରେଢାଖୋଲରୁ ରମାକାନ୍ତ ମହାନନ୍ଦ)

Special Story Dibyang Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ