Advertisment

ଗାଧୁଆ ଘରେ ଅହିରାଜ : ବୁଲିଲା, ଆତଙ୍କ ମଚେଇଲା

ଅହିରାଜର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଗାଧୁଆ ଘରେ ଫଁ ଫଁ ହେଉଥିବା ଦେଖିବାକୁ ମିଳୁଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
King Cobra Found Inside Bathroom

King Cobra Found Inside Bathroom

ଅହିରାଜ। ଯାହାର ନାଁ ଶୁଣିଲେ ଥରେ ଦେହ। ବିଶ୍ୱର ବିଷାକ୍ତ ସାପ ମଧ୍ୟରେ ରହିଛି ଅହିରାଜର ନାଁ। ଏହା ଅହିରାଜ ହେଉଛି ଏମିତି ଏକ ସାପ ଯାହା ସାପମାନଙ୍କ ମଧ୍ୟରେ ଦୀର୍ଘତମ ସାପ। ସାଧାରଣତଃ ଅହିରାଜର ଲମ୍ବ ୧୦ରୁ ୧୨ ଫୁଟ୍‌। ଯଦି ଏକ ଅହିରାଜ ଛିଡ଼ା ହୋଇଥାଏ, ତେବେ ଏହାର ଉଚ୍ଚତା ଏକ ମଣିଷର ଉଚ୍ଚତା ସହ ପ୍ରାୟ ସମାନ। ଏଥି ପାଇଁ ବିରାଟ ଅହିରାଜର ଦେଖିଲେ ମଣିଷ ଥରିବା ଆରମ୍ଭ କରି ଦେଇଥାଏ।

Advertisment

ଏବେ ଅହିରାଜର ଏହି ଭିଡିଓଟି ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଅହିରାଜ ସାପଟି ଜଣଙ୍କ ଗାଧୁଆ ଘରେ ପଶିଯାଇଛି। ଏଣେତେଣେ ବୁଲିବା ସହ ଟଏଲେଟ ଚାରିପଟେ ବୁଲୁଥିବା ଦେଖାଯାଉଛି। ପରେ ଏକ ଟଏଲେଟ୍‌ ପେପର୍‌ରେ ଗୁଡ଼ାଇ ହୋଇ କାନ୍ଥକୁ ଚଢ଼ିବାକୁ ଚେଷ୍ଟା କରୁଛି। ଏହି ସମୟରେ ଜଣେ ବ୍ୟକ୍ତି ଅହିରାଜର ଭିଡିଓ ସୁଟ୍‌ କରିଛନ୍ତି। ତେବେ ତାଙ୍କ ଆଡକୁ ଅହିରାଜ ଆସିବାରୁ ବ୍ୟକ୍ତି ଜଣକ ଗାଧୁଆ ଘର କବାଟ ବନ୍ଦ କରି ଦେଉଛନ୍ତି। ଆଉ ଏହି ବାରାଟକାୟ ସାପଟି ଗାଧୁଆ ଘର ଭିତରେ ରହିଯାଉଥିବା ଭିଡିଓର ଦେଖିବାକୁ ମିଳିଛି।

ମିଡିଆରେ ବହୁ ପ୍ରକାର ଭିଡିଓ ଭାଇରାଲ୍‌ ହୋଇଥାଏ। କେବେ ମଜାଦାର୍‌ ଭିଡିଓ ତ ପୁଣି କେବେ ଶିକ୍ଷଣୀୟ ଭିଡିଓ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡ଼ିଓ ଦେଖିବାକୁ ମିଳେ। ବହୁବାର ସାପର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment
King Cobra
Advertisment
Advertisment