/odishatv-khabar/media/post_attachments/uploadimage/library/16_9/16_9_0/Anganwadi_1668953123.jpg)
Anganwadi
ଅଙ୍ଗନବାଡିର ଦୃଶ୍ୟ ଦେଖିଲେ ଆପଣ ବି ଖୁସି ହୋଇଯିବେ । ଆଉ କହିବେ ଆରେ ବାଃ କି ସୁନ୍ଦର ଦିଶୁଛି ଆମ ଅଙ୍ଗନବାଡ କେନ୍ଦ୍ର। ଘରର ଦୃଶ୍ୟ ଯଦି ଏତେ ସୁନ୍ଦର ତେବେ ଏଇଠି ପଢିଥିବା ପିଲାଙ୍କ ପାଠ ଓ ଦିଆଯାଉଥିବା ଖାଇବା ବି ଅତି ଆକର୍ଷଣୀୟ ଓ ପରିଷ୍କାର ହୋଇଥିବ ନିଶ୍ଚୟ ।
କିନ୍ତୁ ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଆଉ କହିବେ ଛି ଛି ଏମିତି ଆଉ ଏତେ ଅପରିଷ୍କାର ପରିବେଶରେ ଆମ ପିଲାଙ୍କ ପାଇଁ ତିଆରି ହେଉଛି ଖାଦ୍ୟ ? ଯେଉଁଠି ଛତୁଆ ତିଆରି ହେଉଛି ସେଇଠି ଅପରିଷ୍କାର କୂଅ ରହିଛି । ଖାଲି କୂଅ କାହିଁକି ଯେଉଁଠି ଗହମ ଭଜା ଯାଉଛି ସେଠି ବି ଅପରିଷ୍କାର ପରିବେଶ । ଖୋଲାମେଲା ଜାଗାରେ ତିଆରି ଚାଲିଛି ଛତୁଆ। ସେଠି ଏତେ ମାତ୍ରାରେ ପାରାମାନେ ମଳତ୍ୟାଗ କରିଛନ୍ତି ଯେ, ଘଡିଏ ଛିଡା ହେବା କଷ୍ଟ । ହେଲେ ଏଇଠି ତିଆରି ହେଉଛି ସୁସ୍ଥ ଓ ସୁଷମ ଛତୁଆ।
ମୋଟ୍ ଉପରେ ଟିଣ ଘର ତଳେ ତିଆରି ଚଲିଛି ଛତୁଆ, ଆଉ ଉପରେ ବସା କରି ରହୁଛନ୍ତି ଶହଶହ ପାରା । ହେଲେ ଛତୁଆ ତିଆରି କରୁଥିବା ଲୋକଙ୍କର ଯେମିତି କୌଣସି ପରବା ନାହିଁ । ଥରେ ଚିନ୍ତା କରନ୍ତୁ କୁନି କୁନି ପିଲାଙ୍କ ପାଇଁ ଯେଉଁଠାରେ ଖାଦ୍ୟ ତିଆରି ହେଉଛି ସେଇଠି ଏମିତି ଅସ୍ୱଚ୍ଛକର ପରିବେଶରେ କେମିତି ଛତୁଆ ତିଆରି ହେଉଛି?
ଏ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା । ହେଲେ ଥରେ ଚିନ୍ତା କରନ୍ତୁ, ଯଦି ଏହି ଖାଦ୍ୟରେ ଭୁଲରେ ଯଦି ପାରାମାନେ ମଳତ୍ୟାଗ କରିଦେବେ ତେବେ ସ୍ଥିତି ହେବ କଣ? ତେବେ ଏଠାରେ ପ୍ରଶ୍ନ ଉଠୁଛି ପିଲାମାନଙ୍କ ସ୍ୱାସ୍ଥ୍ୟସହ ଖେଳିବାକୁ ଏମାନଙ୍କୁ ସାହସ ଦେଲା କିଏ?
(ରିପୋର୍ଟର- ସୁନ୍ଦରଗଡ କୋଇଡାରୁ ସୁନୀଲ ପଣ୍ଡା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)