/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658128624.jpg)
Reels Video
ଦିନେ 'ଏମିତି ଏଇ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ଇନଷ୍ଟାଗ୍ରାମ୍ରେ ରିଲ୍ କରୁଥିଲେ। ଜୀବନରେ ସମୟ କେତେ ମୂଲ୍ୟବାନ ତାହାକୁ ନିଜେ ଭଲରେ ବୁଝୁଥିଲେ ଆଉ ଅନ୍ୟକୁ ବୁଝାଉଥିଲେ। ଖାଲି ସମୟ କାହିଁକି? 'ଜୀବନର ତୁ ଜୀବନ, ମୋ ସ୍ପନ୍ଦନର ତୁ ସ୍ପନ୍ଦନ' ଗୀତରେ ବି ରିଲ୍ କରି ନିଜ ଇନଷ୍ଟାଗ୍ରାମ୍ରେ ସେୟାର କରିଥିଲେ । ଆଉ ସେହି ଭିଡ଼ିଓ ଦେଖିଲେ ଲାଗିବ ମହିଳା ଜଣକ ବେଶ୍ ଖୁସିରେ ଅଛନ୍ତି । ହେଲେ ସେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି ।
ରିଲ ଭିଡ଼ିଓ କରୁଥିବାରୁ ଶାଶୂଘର ଲୋକେ ବିରୋଧ କରୁଥିଲେ । ଆଉ ଏଇଥି ପାଇଁ କୁଆଡ଼େ ତାଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଢିଆ ଗାଁର ଜୟନ୍ତୀ ପାତ୍ର l ରିଲ୍ କରିବା ୟାଙ୍କର ଭାରି ସଉକ । ସବୁ ଗୀତରେ ବେଶ୍ ସୁନ୍ଦର ଅଭିନୟ କରନ୍ତି ଜୟନ୍ତୀ । ୧୦ ବର୍ଷ ପୂର୍ବେ ଜୟନ୍ତୀଙ୍କ ବିବାହ ହୋଇଥିଲା । ଶାଶୂଘରେ ସବୁ ଠିକ୍ଠାକ୍ ବି ଚାଲିଥିଲା। କିନ୍ତୁ ଯେବେଠୁ ରିଲ୍ କରିବା ଜୟନ୍ତୀ ଆରମ୍ଭ କଲେ, ଶାଶୂ ଘର ଲୋକେ ଅଶାନ୍ତି ହେଲେ ।
ଏଭଳି ପରିସ୍ଥିତିରେ ଗତ ରାତିରୁ ବାସନ୍ତୀ କେଉଁ ଆଡ଼େ ପଳାଇ ଯାଇଥିଲେ ବୋଲି ଶାଶୂଘର ଲୋକ କହିଥିଲେ। ଏମିତିକି ରାତିରେ ତାଙ୍କୁ ଖୋଜାଖୋଜି କରିଥିଲେ ବି ତାଙ୍କର ପତ୍ତା ମିଳିନଥିଲେ। ହେଲେ ସକାଳୁ ପୋଖରୀରେ ବାସନ୍ତୀଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ ଲୋକେ। ହେଲେ ବାସନ୍ତୀ ନିଜ ଇନଷ୍ଟା ପେଜ୍ରେ କରୁଥିବା ରିଲ୍ରେ କିନ୍ତୁ ଲେଖିଛନ୍ତି କି କାଲି ମୁଁ ଏ ଦୁନିଆରେ ହୁଏତ ନଥିବି କିନ୍ତୁ ନିଶ୍ଚୟ ମନେ ରଖିବେ ବୋଲି ଲେଖା ହୋଇଛି।
ଖାଲି ସେତିକି ନୁହେଁ ଏ ଭିଡ଼ିଓ ହୁଏତ ମୋ ଶେଷ ଭିଡ଼ିଓ ହୋଇପାରେ ବୋଲି ବାସନ୍ତୀ ଲେଖିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ନିଜ ମୃତ୍ୟୁ ସମ୍ପର୍କରେ ବାସନ୍ତୀ କଣ ଜାଣିଥିଲେ? କିନ୍ତୁ ପୋଲିସ କହିଛି ପାରିପାର୍ଶ୍ୱିକ ସ୍ଥିତି ଦେଖି ଆତ୍ମହତ୍ୟା ବୋଲି ଲାଗୁଛି । ତଦନ୍ତ ହେଲେ ପୂରା ଘଟଣା ସାମ୍ନାକୁ ଆସିବ । ତେବେ ରିଲ୍ରେ ଏତେ ସୁନ୍ଦର ସୁନ୍ଦର ଭିଡ଼ିଓ କରୁଥିବା ମହିଳାଙ୍କର ଯେ ଏମିତି ପୋଖରୀରୁ ଶବ ମିଳିବ ତାହାକୁ କେହି ବିଶ୍ୱାସ କରିପାରୁନାହାନ୍ତି ।
ରିପୋର୍ଟର- ନିରଞ୍ଜନ ବେହେରା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)