Advertisment

ଆସିଲା ଜଜ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରଶି ଲଗାଇ ଝୁଲି ପଡ଼ିବାରୁ ବିଚାରପତି ସୁବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cuttack Judge Death Case

Cuttack Judge Death Case

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ମର୍କତନଗର ପୋଲିସ ହାତରେ ରିପୋର୍ଟ ହସ୍ତଗତ ହୋଇଛି। ରଶି ଲଗାଇ ଝୁଲି ପଡ଼ିବାରୁ ବିଚାରପତି ସୁବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରଶି ଯୋଗୁ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। 

Advertisment

ସୂଚନାଥାଉ କି, ଗତ ୨ ତାରିଖରେ ବିଚାରପତି ସୁବାସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପୁଅକୁ ହତ୍ୟା କରାଯାଇଥିବା ସୁବାସଙ୍କ ମା’ ଅଭିଯୋଗ କରିଥିଲେ। ସୁବାସଙ୍କୁ ତାଙ୍କ ପତ୍ନୀ ଓ ଶାଳକ ମିଶି ହତ୍ୟା କରିଥିବା ସୁବାସଙ୍କ ମା’ ଓ ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି। ବାପାଙ୍କ ଶ୍ରାଦ୍ଧ ଥିବାରୁ ସୁବାସ ଗାଁକୁ ଆସିବାର ଥିଲା। ହେଲେ ତାଙ୍କର ମୃତ୍ୟୁ ଖବର ଆସିଥିଲା। ଏପରିକି ସୁବାସଙ୍କ ମୃତଦେହ ତାଙ୍କୁ ଦେଖିବାକୁ ଦିଆଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

କଟକ ସିଡିଏ ସେକ୍ଟର ୯ ସ୍ଥିତ ସରକାରୀ ବାସଭବନରୁ ବିଚାରପତି ସୁବାସ ବିହାରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।

Advertisment
Judge Kills Self Cuttack Judge Death Case
Advertisment
Advertisment