Advertisment

ଜୀବନ ହାରିଲେ କଟକ ପକ୍ସୋ କୋର୍ଟ ବିଚାରପତି !

ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Judge Kills Self

Judge Kills Self

କଟକ ପକ୍ସୋ କୋର୍ଟ ବିଚାରପତି ଆତ୍ମହତ୍ୟା କରିଛନ୍ତି। ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ। ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

Advertisment

ବିଚାରପତିଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ଜାରି ରହିଛି। ଗତ ୨ ଦିନ ହେଲାଣି ଛୁଟିରେ ଥିଲେ ବିଚାରପତି ସୁବାସ ବିହାରୀ। ଆଜି କାର୍ଯ୍ୟରେ ଯୋଗଦେବାର ଥିଲେ ବି ପୁଣି ଛୁଟି ନେଇଥିଲେ। ତାଙ୍କର ୨ ଜଣ ଝିଅ ଓ ପତ୍ନୀ ଥିବା ନେଇ ହାଇକୋର୍ଟ ଓକିଲ କହିଛନ୍ତି। 

ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ମୃତ୍ୟୁ ଘଟଣାରେ  ଓଟିଭିକୁ ଏସିପି ତାପସ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କହିଛନ୍ତି- ପାରିପାର୍ଶ୍ୱିକ ସ୍ଥିତିରୁ ରଶି ଲଗାଇ ଆତ୍ମହତ୍ୟା ଭଳି ଜଣାପଡୁଛି। ବେକରେ ଦାଗ ରହିଛି, ଆଞ୍ଚୁଡ଼ା ଚିହ୍ନ ବି ଟିକେ ଥିବା ଦେଖାଯାଇଛି। ସାଧାରଣତଃ ଆତ୍ମହତ୍ୟା କଲେ ଏଭଳି ଦାଗ ସୃଷ୍ଟି ହୋଇଥାଏ। ଘଟଣା ସ୍ଥଳରୁ ଏକ ରଶି ଜବତ ହୋଇଛି, ପରୀକ୍ଷା ପାଇଁ ପଠାଯିବ। ଆତ୍ମହତ୍ୟା ଭଳି ଜଣାପଡୁଛି, ଅଧିକ ତଦନ୍ତ ହେଲେ ସ୍ପଷ୍ଟ ଜଣାପଡ଼ିବ।

Advertisment

ଘରେ କେହି ନଥିବା ବେଳେ ଏଭଳି ଘଟଣା ଘଟିଛି ବୋଲି ଏସିପି କହିଛନ୍ତି। ପତ୍ନୀ ବାହାରକୁ ଯାଇଥିଲେ, ଅଡର୍ଲି ୧୨ଟାରେ ପଳାଇ ଯାଇଥିଲା। ଆଉ କିଛି କାମ ନାହିଁ କହି ଅଡର୍ଲିକୁ ୧୨ଟାରେ ପଠାଇ ଦେଇଥିଲେ ଜଜ୍। ପରେ ଘରକୁ ଫେରି ପତ୍ନୀ ଝୁଲନ୍ତା ମୃତଦେହ ଦେଖିଥିବା ଜଣାପଡ଼ିଥିବା ଏସିପି କହିଛନ୍ତି। 

Judge Kills Self
Advertisment
Advertisment