Advertisment

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଥିଲେ ସାବଧାନ ! ଧରାପଡ଼ିଲେ ଗଣିବେ ୧,୦୦୦ ଟଙ୍କା ଫାଇନ୍‌

ସ୍ପେଶାଲ ଡ୍ରାଇଭ ବେଳେ ବାଇକ୍‌ରେ ୩ ଜଣ ଯିବା ଧରାପଡ଼ିଲେ ଦଣ୍ଡିତ ହେବେ। ଏହାସହ ୧୮ ବର୍ଷରୁ କମ୍ ପିଲା ଗାଡ଼ି ଚଳାଉଥିଲେ ମଧ୍ୟ ଦଣ୍ଡିତ ହେବେ।

author-image
Rajalaxmi Sahoo
Special drive against helmetless riders on highways in Odisha from August 16

Special drive against helmetless riders on highways in Odisha from August 16

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଛନ୍ତି କି ? ଏଥର ହୋଇଯାଆନ୍ତୁ ସାବଧାନ। ବିନା ହେଲମେଟ୍‌ରେ ଗାଡ଼ି ଚାଳନା ରୋକିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେଉଛି। ଅଗଷ୍ଟ ୧୬ରୁ ୩୦ ପର୍ଯ୍ୟନ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏହି ସ୍ପେଶାଲ ଡ୍ରାଇଭ ଚାଲିବ।

Advertisment

ସ୍ପେଶାଲ ଡ୍ରାଇଭ ବେଳେ ବାଇକ୍‌ରେ ୩ ଜଣ ଯିବା ଧରାପଡ଼ିଲେ ଦଣ୍ଡିତ ହେବେ। ଏହାସହ ୧୮ ବର୍ଷରୁ କମ୍ ପିଲା ଗାଡ଼ି ଚଳାଉଥିଲେ ମଧ୍ୟ ଦଣ୍ଡିତ ହେବେ। ହେଲମେଟ୍‌ ପିନ୍ଧି ନ ଥିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦୁଇ ଚକିଆ ଯାନର ପଛପଟ ସିଟ୍‌ରେ ବସିଥିବା ବ୍ୟକ୍ତି ଯଦି ହେଲମେଟ୍‌ ପିନ୍ଧି ନଥିବେ ତା’ହେଲେ ଚାଳକଙ୍କ ଲାଇସେନ୍ସ ୩ ମାସ ବାତିଲ ହେବ ବୋଲି କୁହାଯାଇଛି। 

ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ ନିୟମ ହୋଇଛି। ହେଲେ କିଛି ଲୋକ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ନଜର ଆସିଛି। ରାସ୍ତାରେ ବିନା ହେଲମେଟ୍‌ରେ ଦ୍ରୁତ ବେଗରେ ଗାଡ଼ି ଚଳାଇବା, ବାଇକ୍‌ରେ ୨ରୁ ଅଧିକ ଜଣଙ୍କୁ ବସାଇ ଯାତ୍ରା କରିବା ଇତ୍ୟାଦି। ଏଭଳି ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଏହି ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି। 

Advertisment
Traffic Rules Special Drive Against Helmetless Riders
Advertisment
Advertisment