ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ: ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ । ପଞ୍ଚୁକ ୫ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏ ବ୍ୟାରିକେଡ୍‌ ବଢ଼ାଯିବ । 

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ

ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ହେବ ସ୍ୱତନ୍ତ୍ର ସେଡ୍ । ନୂଆ ଲାଇନ୍ ହେବ, ପାଣିର ବ୍ୟବସ୍ଥା ମଧ୍ୟ ରହିବ । ଶ୍ରୀମନ୍ଦିରରେ ଦର୍ଶନ ଯନ୍ତ୍ରଣା ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି ।

ନୀତି ତ୍ୱରାନ୍ୱିତ ପାଇଁ ବ୍ୟବସ୍ଥା କରାଯିବ । ଶୃଙ୍ଖଳିତ ଦର୍ଶନ ପାଇଁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ । ଦର୍ଶନ ପାଇଁ ଆସୁଥିବା ସବୁ ଭକ୍ତଙ୍କ ପ୍ରତି ପ୍ରଶାସନର ସମବେଦନା ରହିଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ସେହିପରି ପଞ୍ଚୁକ ୫ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏ ବ୍ୟାରିକେଡ୍‌ ବଢ଼ାଯିବ । ସେଥିପାଇଁ ମରିଚକୋଟ ଛକ ଯାଏ ଉଠା ଦୋକାନ ଓ ମାର୍କେଟ ଛକରୁ ଗାଡ଼ି ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ।

ବରିଷ୍ଠ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ୩ ସିଫ୍ଟରେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ନେଇ ଶୃଙ୍ଗଳିତ ଦର୍ଶନ କରାଇ ଆଣିବେ । ବଡ଼ଦାଣ୍ଡର ଦୁଇ କଡ଼ରେ ଅସ୍ଥାୟୀ ଶୌଚାଳୟ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

ଗତ କିଛି ଦିନ ଧରି ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସି ଭକ୍ତ ହଇରାଣ ହୋଇଥିବା ଖବର ଓଟିଭିରେ ପ୍ରସାରଣ ହୋଇଥିଲା । ଅନେକ ସଂଖ୍ୟାରେ ବୟସ୍କ ଭକ୍ତ ବ୍ୟାରିକେଡ୍ ଭିଡ଼ ଭିତରେ ନାକେଦମ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।