Advertisment

୫୧ ଟ୍ରାକ୍ଟର ଉପରେ ନାଚିଲେ ୧୫୦ ବରଯାତ୍ରୀ, ଆଉ ଖୋଦ୍‌ ବର ବି..

୫୧ ଟ୍ରାକ୍ଟର, ୧୫୦ ବରଯାତ୍ରୀ ନେଇ କନିଆଁ ଘରକୁ ବାହାରିଲା ବର। ବାଜୁଥିଲା ବ୍ୟାଣ୍ଡ ବାଜା..ନାଚୁଥିଲେ ବରଯାତ୍ରୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ..

author-image
Otv Khabar Bureau
ଅଦ୍ୟତନ ହୋଇଛି
Marriage Function

Marriage Function

ପଛକୁ ପଛ ଲମ୍ବିଛି ଟ୍ରାକ୍ଟର। ଆଗରେ ବସିଛି ବର । ବରଯାତ୍ରୀ ଆସୁଥିବାରୁ ଜୋରଦାର ବ୍ୟାଣ୍ଡ ବି ବାଜୁଛି । ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ୫୧ଟି ଟ୍ରାକ୍ଟରରେ ବସିଛନ୍ତି ୧୫୦ ବରଯାତ୍ରୀ। ଆଉ ଆଶ୍ଚର୍ଯ୍ୟର କଥା ହେଲା ବର ନିଜେ ଟ୍ରାକ୍ଟର ଚଲାଇ କନିଆଁ ଘରକୁ ଯାଉଛି। ଆଉ ଏଇ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ସାଧାରଣତଃ ବିବାହ ସମୟରେ ଅନେକ ମଜାଦାର ଭିଡ଼ିଓ ଭାଇରାଲ ହେବାର ଦେଖାଯାଇଥାଏ । କିନ୍ତୁ ଏହି ଭିଡ଼ିଓ ସବୁଠାରୁ ବେଶ୍‌ ନିଆରା ଓ ଅଲଗା । କାରଣ ବର କନିଆଁକୁ ଆଣିବା ପାଇଁ କାର୍‌ ବା କୌଣସି ଗାଡି ନୁହେଁ ବରଂ ଟ୍ରାକ୍ଟରରେ ବାହାରିଛି । କେବଳ ସେତିକି ନୁହେଁ ବରଯାତ୍ରୀରେ ଗୋଟିଏ କି ଦୁଇଟି ନୁହେଁ ୫୧ଟି ଟ୍ରାକ୍ଟର ଏକା ସାଙ୍ଗେ ଏକ କିଲୋମିଟର ଯାଏଁ ଲମ୍ବିଛି।

୧୫୦ ବରଯାତ୍ରୀ ଓ ବ୍ୟାଣ୍ଡବାଜା ନେଇ କନିଆଁ ଘରକୁ ଯାଉଛନ୍ତି ବର । ସେୱନିୟାଲା ଠାରୁ ବାରମର୍ ଜିଲ୍ଲାର ବୋରା ଗାଁ ପର୍ଯ୍ୟନ୍ତ ଲମ୍ବିଛି ବରଯାତ୍ରୀ । ଏହି ଅଦ୍ଭୁତ ବରଯାତ୍ରୀର ଭିଡିଓ ରାଜସ୍ଥାନରୁ ଆସିଛି । ଏହି ବିବାହ ଶୋଭାଯାତ୍ରାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି । ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ହଜାରରୁ ଅଧିକ ଲୋକେ ଦେଖିସାରିଲେଣି। ଅନେକ ଲୋକେ ଏହି ଭିଡିଓରେ ବେଶ୍‌ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। ସେ ଯାହା ବି ହେଉ, ଏଇ ଭିଡ଼ିଓକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି ।

Advertisment
Special Story Marriage Function
Advertisment
Advertisment