• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କଟକ ବାଲିଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ୨୫ଟି ଏଡ୍‌ ପୋଷ୍ଟ ଖୋଲା ଯାଇଛି । ସେହିପରି ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୮ଟି ସ୍ୱତନ୍ତ୍ର ଟିମ୍ ସମସ୍ତ ଘଟଣା ଉପରେ ନଜର ରଖିବ ।

ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଛୋଟ ପିଲାମାନଙ୍କୁ ନ ଆଣିଲେ ଭଲ । ଯଦି ପିଲାମାନଙ୍କୁ ସାଙ୍ଗରେ ଆଣିବେ, ତା’ହେଲେ ସେମାନଙ୍କ ପକେଟରେ ନିଜ ଫୋନ ନମ୍ବର ଲେଖି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ପିକ୍‌ ଆୱାର ଏବଂ ଛୁଟି ଦିନ ଗୁଡ଼ିକରେ ଯଦି ବରିଷ୍ଠ ନାଗରିକମାନେ ଆସୁଛନ୍ତି ତା’ହେଲେ ସାବଧାନ ରୁହନ୍ତୁ। ବାଲିଯାତ୍ରାକୁ ସୁନା ଅଳଙ୍କାର ପିନ୍ଧି ନ ଆସିଲେ ଭଲ ।

କେଉଁପଟେ ଯିବେ...

  • ଯୋବ୍ରା ପଟୁ ଆସୁଥିବା ଗାଡ଼ି ସିଲଭର୍‌ ସିଟି କ୍ଲବ ପାଖରେ ପାର୍କିଂ କରିବେ
  • ଅପରାହ୍ଣ ୪ଟା ପରେ ଯାତ୍ରା ପଡ଼ିଆକୁ ଛଡାଯିବନି ଗାଡ଼ି 
  • ବିଡ଼ାନାସୀ ଓ ତ୍ରିଶୁଳିଆ ପଟୁ ଆସୁଥିବା ଗାଡ଼ିକୁ ୪ଟା ପରେ ଯାତ୍ରା ପଡିଆକୁ ବାରଣ 
  • ଭିଡ଼ ନିୟନ୍ତ୍ରଣ ଲାଗି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି

ସମ୍ପୂର୍ଣ୍ଣ ଯାତ୍ରା ପଡ଼ିଆ ସିସିଟିଭି ନଜରରେ ରହିବ । ସୁରକ୍ଷା ବ୍ୟବସ୍ଥା ପାଇଁ ୬୦ ପ୍ଲାଟୁନ ଫୋର୍ସ ରହିବେ । ମୋବାଇଲ ଚୋର ଏବଂ ପକେଟ ମାର୍‌ଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।