Advertisment

ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ରେ ପଡ଼ିଗଲେ ଦକ୍ଷିଣ କୋରିଆ ସାମ୍ବାଦିକ, ହକି କଭରେଜ୍‌ ପାଇଁ ଆସିଥିଲେ...

ହକି ବିଶ୍ୱକପ୍‌ କଭରେଜ୍‌ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
South Korea Photo Journalist Falls Into Open Drain In Bhubaneswar

South Korea Photo Journalist Falls Into Open Drain In Bhubaneswar

Advertisment

ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଭୁବନେଶ୍ୱର ପୁରା ସଜେଇ ହୋଇଛି। ରଙ୍ଗୀନ ଆଲୋକରେ ଆଲୋକିତ ହେବା ସହ କେଉଁଠି ରାସ୍ତାକଡ଼ କାନ୍ଥରେ ଚିତ୍ର ଅଙ୍କା ଯାଇଛି ତ ଆଉ କେଉଁଠି ଗଛ ଲଗା ଯାଇଛି। ଖାଲ ଏତିକି ନୁହେଁ ରାସ୍ତାରେ ଯେଉଁଠି ଖାଲଖମା ଥିଲା ପିଚୁ ପକା ଯାଇ ସେସବୁ ପୂରଣ କରାଯାଇଛି। ଏପରିକି ସୌନ୍ଦର୍ଯ୍ୟକରଣ ନାଁରେ ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ହେଲେ ଏସବୁ ଭିତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହକି ବିଶ୍ୱକପ୍‌ କଭରେଜ୍‌ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱର ର ମୁକୁଳା ଡ୍ରେନ୍‌ରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁସାରେ, ବୁଧବାର ରାତିରେ ଡୁମୁଡୁମା ଅଞ୍ଚଳରେ ଚା’ ପିଇବାକୁ ସମ୍ପୃକ୍ତ ଫଟୋ ସାମ୍ବାଦିକ ଯାଇଥିଲେ। ରାସ୍ତାକଡ଼ରେ ଥିବା ଏକ ଚା’ ଦୋକାନୀଙ୍କ ସହ ଫଟୋ ସାମ୍ବାଦିକ ଜଣକ ଫଟୋ ଉଠାଉଥିଲେ। ଏହି ସମୟରେ ସେ ମୁକୁଳା ଡ୍ରେନ୍‌ରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଆମ୍ବୁଲାନ୍ସ ନଆସିବା ଯୋଗୁ ଏକ କାର୍‌ରେ ଆହତ ସାମ୍ବାଦିକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସଂପୃକ୍ତ ବିଦେଶୀ ସାମ୍ବାଦିକଙ୍କ ଜଙ୍ଘ ହାଡ଼ ଫାଟିଯାଇଛି। ଏବେ ସେ ଗୁରୁରତ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ହଜାରେ ବର୍ଷର ସହରକୁ ହକି ଫିଭର୍ : ନାଚଗୀତ ଭିତରେ ସେଲିବ୍ରେସନ

ହେଲେ ଏଠି ପ୍ରଶ୍ନ ଉଠୁଛି, ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱରରେ ଏତେ ସବୁ ବ୍ୟବସ୍ଥା ହୋଇଛି, ରାସ୍ତାଘାଟ ରଙ୍ଗଦେବା ସହ ମରାମତି ହେଉଛି। ହେଲେ ଏବେ ବି ମୁକୁଳା ପଡ଼ିଛି ଡ୍ରେନ୍ ? ଗତବର୍ଷ ଡ୍ରେନ୍‌ରେ ପଡ଼ି ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ତଥାପି କ’ଣ ଚେତିଲେନି ସରକାର ?

Advertisment
Hockey World Cup Hockey World Cup 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ