• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୧୧ ବର୍ଷର ନାବାଳିକା, ସାଙ୍ଗ ସାଥି ସହ ହସି ଖେଳି ଅଏସ କରିବାର ବୟସ । ହେଲେ ଦୁର୍ଭାଗ୍ୟ, ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ ସୋନାଲୀ । ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପାଟେଳି ନିକଟ ନୂଆପାଟଣାରେ । ସୋନାଲୀଙ୍କ ଛାତିରେ ଏକ ହୋଲ୍ ଥିଲା, ଅପରେସନ ବି ହେଲା । ହେଲେ ଅପରେସନ ପରେ ଛାତିରୁ ଏକ ସିଲଭର ତାର ବାହାରି ଆସିଛି । ଅପରେସନ ବେଳେ ହୁଏତ ଏହା ଛାତିରେ ରହିଯାଇଥିବା କୁହାଯାଉଛି । ତେବେ ଆଗକୁ ଅପରେସନ ହେଲେ ହୁଏତ ଏହି ତାର ବାହାରିଯିବ ଏବଂ ଯମ ଯନ୍ତ୍ରଣାରୁ ରକ୍ଷା ପାଇବ ସୋନାଲୀ । ତେବେ ଏଥିରେ ଅର୍ଥ ସାଜିଛି ବାଧକ।

ପୁରୀ ଜିଲ୍ଲା ଚନ୍ଦନପୁର ପ୍ରତାପ ରାମଚନ୍ଦ୍ରପୁର ପାଟେଳି ନିକଟ ନୂଆପାଟଣା ଗାଁର କୁନି ଝିଅ ଓ ତାର ପରିବାର ହିଁ ଜାଣିଛନ୍ତି ସେମାନେ କେଉଁ ସ୍ଥିତି ଦେଇ ଗତି କରୁଛନ୍ତି । ପିଲାବେଳୁ ସୋନାଲୀଙ୍କ ଛାତିରେ ଏକ ହୋଲ୍ ଥିଲା ଏହାର ଚିକିତ୍ସା କରିବାକୁ ଯାଇ ୨୦୧୯ରେ ଅପରେସନ ହୋଇଥିଲା । କିଛି ଦିନ ପରେ କିନ୍ତୁ ଅପରେସନ ଜାଗାରେ ଏକ ଘା ହୋଇ ପୁଜ ହୋଇଯାଇଥିଲା । ଏପରିକି ଏକ ସିଲଭର ତାର ଛାତି ବାହାରକୁ ବାହାରି ଆସିଥିଲା । ସେବେଠୁ ଯମ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସୋନାଲୀ । ଛାତି ମାଡ଼ି ଶୋଇପାରୁନାହିଁ କୁନିଝିଅ ସୋନାଲୀ । ଯଦି ଭୁଲବଶତ ଶୋଇ ପଡ଼ିଲା ତେବେ ରକ୍ତସ୍ରାବ ହେଉଛି ।

ଯେତେକି ସଞ୍ଚୟ ଥିଲା ସେତକ ସରିଯାଇଛି । ଏବେ ତୁଣ ଲୁହର ସଂସାର ବି ଧାର କରଜରେ ଚାଲିଛି । ଏମିତି ସ୍ଥିତିରେ ଝିଅର ଚିକିତ୍ସା ଖର୍ଚ୍ଚ ବାବଦ ଟଙ୍କା କେଉଁଠୁ ଆସିବ ତାକୁ ନେଇ ଚିନ୍ତାରେ ପରିବାର । ଚିକିତ୍ସା ସୁବିଧାରୁ କୋଶେ ଦୂରରେ ଥିବା ସୋନାଲୀଙ୍କ ପରିବାରକୁ ଆର୍ଥିକ ସହଯୋଗ ମିଳିଲେ ପୁଣି ଥରେ ଅପେରସ କରି ସିଲଭର ତାରଟି ବାହାର କରାଯାଇପାରନ୍ତା ବୋଲି ନିବେଦନ କରିଛନ୍ତି ଗ୍ରାମବାସୀ ।

ପୁରୀ ଚନ୍ଦନପୁରରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ