Advertisment

ଆଖି ପିଛୁଳାକେ ଚାଲିଗଲା ଜୀବନ, ଟ୍ରେନ୍‌ ଧକ୍କାରେ ପୂର୍ବତନ ସାଂସଦଙ୍କ ପୁଅ ମୃତ...

ଟ୍ରେନ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲ୍‌ଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍‌ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Son of former MP Balgopal Mishra reportedly dies after being hit by train

Son of former MP Balgopal Mishra reportedly dies after being hit by train

ସବୁଦିନ ଭଳି ଆଜି ମଧ୍ୟ ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ। ହେଲେ ଜାଣିନଥିଲେ ସେ ଆଉ ଘରକୁ ଫେରିବେ ନାହିଁ। ଆଉ ଏହା ତାଙ୍କ ଜୀବନର ଶେଷ ମର୍ଣ୍ଣିଂ ୱାକ୍‌ ହୋଇଯିବ। ଟ୍ରେନ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲ୍‌ଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଡୁଙ୍ଗୁରିପାଲି ରାମପୁର ରାସ୍ତା ଡୁଙ୍ଗୁରିପାଲି ରେଲ୍‌ୱେ କ୍ରସିଂରେ ୫୦ ବର୍ଷୀୟ ଅବିନାଶଙ୍କୁ ଟ୍ରେନ୍‌ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।

Advertisment

ସୂଚନା ଅନୁସାରେ, ସବୁଦିନ ଭଳି ଆଜି ମଧ୍ୟ ଅବିନାଶ ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ। ହେଲେ ସେ ଜାଣି ନଥିଲେ ରେଲ୍‌ୱେ ଟ୍ରାକ୍‌ରେ ଯମ ଜଗିଛି। ଟ୍ରେନ୍‌ ଆସିବ ବୋଲି ରେଲ୍‌ୱେ ଫାଟକ ବନ୍ଦ ଥିଲା। ଏହାସତ୍ତ୍ୱେ ଅବିନାଶ ଫାଟକ ଭିତରକୁ ପଶି ଗୋଟିଏପଟରୁ ଅନ୍ୟପଟକୁ ଯାଉଥିଲେ। ଏହି ସମୟରେ ବରପାଲି ପଟରୁ ଆସୁଥିବା ପୁରୀ ଦୁର୍ଗ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା।

ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଆଘାତ ଲାଗିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଥାଉ କି, ଅବିନାଶଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେଭଟାରେ ହୋଇଥିବା ବେଳେ ସେ ଡୁଙ୍ଗୁରିପାଲିରେ ଏକ ଭଡ଼ା ଘରେ ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ। 

Advertisment
Advertisment
Advertisment