Advertisment

କଳି ଯୁଗର ଶ୍ରବଣ କୁମାର: ମା’ ପାଇଁ ମନ୍ଦିର ଗଢ଼ୁଛି ପୁଅ

ମା’ ସିନା ପାଖରେ ନାହାନ୍ତି, ହେଲେ ତାଙ୍କ ସ୍ମୃତି ପାଖରେ ଅଛି। ଆଉ ସେଇ ସ୍ମୃତିକୁ ମନେ ପକାଇ ବାକି ଜୀବନ କାଟିବାକୁ ନିଷ୍ପତ୍ତି ନେଇଛି ପୁଅ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Andhra Pradesh's Sravan Kumar

Son Builds Temple In Memory Of Mother In Andhra Pradesh

ମା’ ସିନା ପାଖରେ ନାହାନ୍ତି, ହେଲେ ତାଙ୍କ ସ୍ମୃତି ପାଖରେ ଅଛି। ଆଉ ସେଇ ସ୍ମୃତିକୁ ମନେ ପକାଇ ବାକି ଜୀବନ କାଟିବାକୁ ନିଷ୍ପତ୍ତି ନେଇଛି ପୁଅ। ଶ୍ରବଣ କୁମାର ନିଜର ଦୃଷ୍ଟିହୀନ ବାପା, ମା’ଙ୍କୁ କାନ୍ଧରେ ବୋହି ଯାତ୍ରା କରିବା କଥା ସମସ୍ତେ ଜାଣନ୍ତି। ମାତ୍ର ଆଜିର ଆଧୁନିକ ଯୁଗରେ ଶ୍ରବଣ କୁମାରଙ୍କ ଭଳି ଏମିତି ଅନେକ ପୁଅ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏଭଳି କିଛି ଘଟଣା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ ଦେଖିବାକୁ ମିଳିଛି। ଜନ୍ମଦାତ୍ରୀର ମୃତ୍ୟୁ ପରେ ସ୍ମୃତିରେ ମନ୍ଦିର ନିର୍ମାଣ କରୁଛି ପୁଅ। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। 

Advertisment

ଅଧିକ ପଢ଼ନ୍ତୁ: ପୋଷା କୁକୁର ସ୍ମୃତିରେ ମାର୍ବଲର ପ୍ରତିମୂର୍ତ୍ତି ନିର୍ମାଣ କଲେ ମାଲିକ : ପର୍ବପର୍ବାଣୀରେ ପରଷାଯାଏ ଟମ୍‌ର ପ୍ରିୟ ଖାଦ୍ୟ

Advertisment

ଶ୍ରୀକାକୁଲମ୍‌ରେ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କ ସ୍ମୃତିରେ ମନ୍ଦିର ନିର୍ମାଣରେ ଲାଗି ପଡ଼ିଛନ୍ତି। ବିଶାଳ ପଥର ଖଣ୍ଡରେ ତିଆରି ଚାଲିଛି ମା’ଙ୍କ ପ୍ରତିମୂର୍ତ୍ତି ଓ କାରୁକାର୍ଯ୍ୟରେ ଖୋଦେଇ କରୁଛନ୍ତି କଳାକାର। ସମ୍ପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ଗୋଟିଏ ପଥରରେ ତିଆରି କରାଯାଉଛି। ଯେପରି ମନ୍ଦିରରେ ଭଗବାନଙ୍କୁ ପୂଜା କରାଯାଏ, ସେହିପରି ନି ମା’ଙ୍କ ମୂର୍ତ୍ତିକୁ ପୂଜା କରିବା ଲାଗି ବ୍ୟକ୍ତି ଜଣକ ନିଷ୍ପତ୍ତି ନେଇଛନ୍ତି। ମନ୍ଦିରକୁ ଅନ୍ୟଠୁ ଭିନ୍ନ କରିବାକୁ ପ୍ରୟାସ କରାଯାଉଛି।

ପଥରରେ ଖୋଦେଇ ହୋଇ କାରୁକାର୍ଯ୍ୟ ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି କାରିଗର। ଏଥିପାଇଁ ଗତ ଦୁଇ ବର୍ଷ ଧରି କାମ ଚାଲିଛି। ଆହୁରି ଦୁଇରୁ ତିନି ବର୍ଷ ଏହାର କାମ ସରିବାକୁ ଲାଗିବ ବୋଲି କଳାକାରମାନେ କହିଛନ୍ତି। ପୌରାଣିକ କଥାବସ୍ତୁ ଓ କାରୁକାର୍ଯ୍ୟର ଝଲକ ଏଥିରେ ଦେଖାଇବାକୁ ପ୍ରୟାସ ହୋଇଛି। 

Advertisment
Advertisment