• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁକୁର ଓ ମାଲିକ ମଧ୍ୟରେ ଥିବା ନିବିଡ଼ ବନ୍ଧୁତାର ନିଦର୍ଶନ । ନିଜ ଜୀବନର ଏକ ଅଂଶ ପାଲିଟିଥିବା କୁକରର ଅବର୍ତ୍ତମାନରେ ତା ପାଇଁ ପ୍ରତିମୂର୍ତ୍ତି ତିଆରି କଲେ ମାଲିକ । ତାମିଲନାଡୁର ୮୨ ବର୍ଷ ବୟସ୍କ ବ୍ୟକ୍ତି ମୁଥୁ ନିଜ ସ୍ୱର୍ଗତ ପୋଷା କୁକୁର ଟମ ସ୍ମୃତିରେ ଏକ ମାର୍ବଲ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏଥିପାଇଁ ସେ ୮୦,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଜଣାପଡ଼ିଛି ।

ମନାମଦୁରେ ନିବାସୀ ମୁଥୁ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ପୋଷା କୁକୁର ଟମ୍‌ ସହିତ ତାଙ୍କ ସମ୍ପର୍କ ଖୁବ ନିଆରା । ଟମ୍‌ ଥିଲା ଏକ ଲାବ୍ରାଡୋର ପ୍ରଜାତିର କୁକୁର । ୨୦୧୦ରୁ ଘରେ ଏକ ସଦସ୍ୟ ପରି ରହୁଥିଲା ଟମ୍ । ପୋଷା କୁକୁର ନୁହେଁ, ପୁଅ ପରି ତାକୁ ସ୍ନେହ କରୁଥିଲେ ଘର ଲୋକ । ହେଲେ ଅସୁସ୍ଥତା କାରଣରୁ ୨୦୨୧ରେ ତା’ର ମୃତ୍ୟୁ ହୋଇଯାଇଛି । ଟମର ଅଚାନକ୍‌ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ମୁଥୁ ।

ତା’ପରେ ଟମର ସ୍ମୃତିରେ ଚାଷ ଜମିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ମୁଥୁ । ଚଳିତ ବର୍ଷ ଜାନୁଆରୀରେ ସ୍ଥାପିତ ହୋଇଛି ମାର୍ବଲ ପ୍ରତିମୂର୍ତ୍ତି । ଗୃହପାଳିତ ପଶୁ ସହିତ ମାଲିକଙ୍କ ସମ୍ପର୍କକୁ ସବୁଦିନ ପାଇଁ ସ୍ମରଣୀୟ କରିବାକୁ ସେ ଏପରି କରିଥିବା କଥା କହିଛନ୍ତି । ତେବେ ସେ ପ୍ରତିଦିନ କୁକୁରର ମୂର୍ତ୍ତିକୁ ଖାଇବା ମଧ୍ୟ ଦିଅନ୍ତି । ସେହିପରି ପର୍ବପର୍ବାଣୀରେ ଟମ୍‌ର ପ୍ରିୟ ଖାଦ୍ୟ ପରଷାଯାଇଥାଏ ।

ମୁଥୁଙ୍କ ଭଣଜା ମନୋଜ କୁମାର କହିଛନ୍ତି, ଲାବ୍ରାଡୋର ପ୍ରଜାତିର କୁକୁର ଟମଙ୍କୁ ୧୧ ବର୍ଷ ପୂର୍ବେ ତାଙ୍କ ଭାଇ ଅରୁଣ କୁମାର କିଣିଥିଲେ । ତେବେ ଛଅ ମାସ ପର୍ଯ୍ୟନ୍ତ କୁକୁରର ଯତ୍ନ ନେଇଥିଲେ, ପରେ ତାର ଦେଖାଶୁଣା କରିବାକୁ ଅକ୍ଷମ ହେବାରୁ କାକା ମୁଥୁଙ୍କୁ କୁକୁରକୁ ଦେଇ ଦେଇଥିଲେ । ଜେଜେବାପା ଏବଂ ବାପା ସମସ୍ତେ କୁକୁର ପ୍ରେମୀ ଥିଲେ ବୋଲି ସେ କହିଛନ୍ତି।"