• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାଧାରଣତଃ ଜଣେ କର୍ମଚାରୀ ଚାକିରି ଛାଡ଼ିଲେ ଇସ୍ତଫା ପତ୍ର ଦେଇଥାନ୍ତି । ଯେଉଁଥିରେ ସେମାନେ ଚାକିରି ଛାଡ଼ିବାର କାରଣ ଆଦି ଦର୍ଶାଇଥାନ୍ତି । କିଛି ଲୋକ ନିଜ କର୍ମସ୍ଥଳୀର ବସ୍‌ ସହିତ ନିଜର ସଂପର୍କ ଖରାପ କରିବାକୁ ଚାହାନ୍ତିନାହିଁ । କାରଣ କିଏ ଜାଣେ ହୁଏତ ତାଙ୍କୁ ପୁଣି ଥରେ ସେହି କମ୍ପାନିକୁ ଫେରିବାକୁ ପଡ଼ିପାରେ । ତେଣୁ ଇସ୍ତଫା ପତ୍ର ଲେଖିବା ବେଳେ ଲୋକେ ଖୁବ୍ ଭାବି ଚିନ୍ତି ଲେଖିଥାନ୍ତି। ହେଲେ ଆପଣ କେବେ ଦେଖିଛନ୍ତି କି ୩ ଶଦ୍ଦ ଥିବା ଇସ୍ତଫା ପତ୍ର ? ହୁଏତ ଶୁଣିବାକୁ ଟିକେ ଅଡ଼ୁଆ ଲାଗିଥାଇପାରେ ହେଲେ ଏହା ସତ ଘଟଣା । ଜଣେ ବ୍ୟକ୍ତି ଏହିପରି ଏକ ବିଚିତ୍ର ଇସ୍ତଫା ପତ୍ର ଦେଇଛନ୍ତି । ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି । ବ୍ୟକ୍ତି ଜଣକ ନିଜ ଚାକିରି ଛାଡ଼ିବା ସହ ଏହି ଇସ୍ତଫା ପତ୍ର ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ଇସ୍ତଫା ପତ୍ରରେ ସେ କ’ଣ ଲେଖିଛନ୍ତି ।

ନିକଟରେ ସୋସିଆଲ୍‌ମିଡିଆରେ ଜଣେ କର୍ମଚାରୀ ଦେଇଥିବା ଏକ ଇସ୍ତଫା ପତ୍ର ଖୁବ୍ ଭାଇରାଲ୍‌ ହେଉଛି । ଏମିତିକି ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଇସ୍ତଫା ପତ୍ର ଭାଇରାଲ୍‌ ହେବା ପଛର ପ୍ରମୁକ କାରଣ ହେଉଛି ମାତ୍ର ୩ ଟି ଶଦ୍ଦରେ ହିଁ ଇସ୍ତଫା ପତ୍ର ଦିଆଯାଇଛି । ଏଥିରେ ‘ବାୟ ବାୟ ସାର୍‌’ ଲେଖାହୋଇଥିବାର ଦେଖିବାକୁ ମିଳିଛି।

ସୋସିଆଲ୍‌ ମିଡିଆରେ ଏହି ପତ୍ରର ଫଟୋ ପେଷ୍ଟ୍‌ ହୋବା ସହ କ୍ୟାପ୍‌ସନ୍‌ରେ ‘ସିମ୍ପଲ୍‌’ଲେଖାଯାଇଛି । ଏହାସହ ଏହି ଫଟୋରେ ଅନେକ ୟୁଜର୍ସ ଲାଇକ୍ ଓ କମେଣ୍ଟ ଦେଇଛନ୍ତି । କେହି କେହି କର୍ମଚାରୀଙ୍କର ଏହି ଇସ୍ତଫା ପତ୍ରକୁ ଖୁବ୍ ପ୍ରଶଂସା କରିଥିବାବେଳେ ଅନ୍ୟ କେହି ଏହାକୁ ନିନ୍ଦା କରିଛନ୍ତି ।

ଦେଖନ୍ତୁ ୟୁଜର୍ସଙ୍କ ପ୍ରତିକ୍ରିୟା :-