Advertisment

ବର୍ଷାରେ ଧୋଇଗଲା ପ୍ରତିଶ୍ରୁତି; ପ୍ରତାରିତ ସାଧାରଣ ଜନତା, ଭୋଟ ପରେ ନିଖୋଜ ନେତା

ସ୍ୱାଧୀନତାର ୭୫ବର୍ଷ ପରେ ଏଇ ଉତ୍ତର ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ନିଜ କଥା ନିଜେ ବୁଝିବା ନ୍ୟାୟରେ ଏଠି ଗାଁର ଖାଲଖମା ଭର୍ତ୍ତି ମରଣଯନ୍ତାଠୁ ବଳି ରାସ୍ତାକୁ ସଜାଡୁଛନ୍ତି କିଛି ଯୁବ ସ୍ୱେଚ୍ଛାସେବୀ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Scam

ମରଣଯନ୍ତା ଭଳି ରାସ୍ତା ହେଉ କି ଡେଡଲାଇନ୍ ପାର ନିର୍ମାଣାଧୀନ ପୋଲ । ପୁରୁଷ ପୁରୁଷ ଧରି ଯନ୍ତ୍ରଣାରେ ସନ୍ତୁଳି ହେଉଥିବା ଦୁଇଟି ଚିତ୍ର ଆଜି ଆସିଛି କେନ୍ଦୁଝର ଓ ବାରିପଦାରୁ । ପ୍ରଶାସନକୁ ଦିଶୁନି ? ନା ସରକାରଙ୍କୁ ଶୁଭୁନି ? ସ୍ୱାଧୀନତାର ୭୫ବର୍ଷ ପରେ ଏଇ ଉତ୍ତର ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ନିଜ କଥା ନିଜେ ବୁଝିବା ନ୍ୟାୟରେ ଏଠି ଗାଁର ଖାଲଖମା ଭର୍ତ୍ତି ମରଣଯନ୍ତାଠୁ ବଳି ରାସ୍ତାକୁ ସଜାଡୁଛନ୍ତି କିଛି ଯୁବ ସ୍ୱେଚ୍ଛାସେବୀ ।

Advertisment

କେନ୍ଦୁଝର ଜିଲା ପାଲାଣଘାଟି ପଞ୍ଚାୟତର କୁମୁଳାବାହାଳିରୁ ଏରେଣ୍ଡେଇକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାକୁ ସ୍ୱେଚ୍ଛାସେବୀ ସଂଗଠନ ଭରସା ପରିବାରର ଯୁବକମାନେ ନିଜସ୍ୱ ଖର୍ଚ୍ଚ ଓ ଶ୍ରମଦାନ ମାଧ୍ୟମରେ ରାସ୍ତା ମରାମତି କରୁଥିବା ବେଳେ ଗଣମାଧ୍ୟମ ଆଗରେ ଅସନ୍ତୋଷ ଝାଡ଼ି କହିଛନ୍ତି, ‘ଏଠି ପ୍ରଶାସନ ଅନ୍ଧ’ ।

୩ବର୍ଷ ତଳେ MGNREGA ରେ ରାସ୍ତାରେ ମୋରମ ପଡ଼ିଥିଲା । ହେଲେ ଗୋଟିଏ ବର୍ଷାରେ ମୋରମ ସହ ପକ୍କା ରାସ୍ତାର ପ୍ରତିଶ୍ରୁତି ବି ଧୋଇଗଲା । ପଚାରିଲା ବେଳକୁ ନେତାଠୁ ବାବୁ ସମସ୍ତେ ଲୁଚୁଛନ୍ତି । ବାରିପଦାରେ ଅସରନ୍ତି ରାସ୍ତା ଯନ୍ତ୍ରଣାରେ ବର୍ଷ ବର୍ଷ ଧରି ସନ୍ତୁଳି ହେଉଥିବା ଅଞ୍ଚଳବାସୀଙ୍କ ପ୍ରଶ୍ନ, ଅନ୍ତହୀନ କାମରେ ଧନ୍ଦି ହୋଇ ନିଜେ ବୁଢ଼ା ହୋଇଯିବନି ତ ବୁଢ଼ାବଳଙ୍କ ନଦୀ ଉପରେ ନିର୍ମାଣଧୀନ ପୋଲ ।

Advertisment

ବାରିପଦାରୁ ଉଦଳା ହେଉ କି ଉଦଳାରୁ ବାରିପଦା । ନିଇତି ଲକ୍ଷାଧିକ ଲୋକଙ୍କ ଲାଇଫ୍ ଲାଇନ୍ ସାଜିଥିବା ପୋଡାଅସ୍ତିଆରେ ରାଜାରାଜୁଡ଼ା ଅମଳର ଏ ପୋଲକୁ ପ୍ରଶସ୍ତ ଓ ସଶକ୍ତ କରିବାକୁ ୨୦୧୭ ରେ ଶିଳାନ୍ୟାସ ହେଲା । ୨୦୧୯ ସୁଦ୍ଧା କାମ ସାରିବାକୁ ଡେଡ୍ ଲାଇନ୍ ବି ଦିଆଯାଇଥିଲା । ୭ଟି ପିଲାର ସହ ୧୧ ମିଟର ଚଉଡ଼ା ଓ ୨୯୨ ମିଟର ଲମ୍ବର ପୋଲ ପାଇଁ ବ୍ୟୟ ଅଟକଳ ୨୭ କୋଟିରୁ ବଢ଼ି ବଢ଼ି ୪୭ କୋଟି ଛୁଇଁଲାଣି ।

ହେଲେ ପୋଲ କେବେ ଲୋକାର୍ପଣ ହେବ, ସେ ନିର୍ଭର ପ୍ରତିଶ୍ରୁତି ଲୋକ ପ୍ରତିନିଧି କି PWD ବିଭାଗ କାହା ପାଖେ ନାହିଁ । ଏଣେ ଜନତା କହିଲେଣି, ଯାହା କହିଥିଲେ.. କଲେନି । ନିର୍ବାହୀ ଯନ୍ତ୍ରୀ କିନ୍ତୁ ଟାଣପଣରେ କହୁଛନ୍ତି ଖୁବଶୀଘ୍ର କାମ ସରିଯିବ ।

Advertisment
Advertisment