• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରବଳ ବେଗରେ ମାଡ଼ି ଆସୁଛି ସୌର ଝଡ଼ । ପୃଥିବୀ ପୃଷ୍ଠ ଆଡ଼କୁ ଆସୁଛି ଏକ ବିଶାଳ ଓ ଭୟଙ୍କର ସୌର ଝଡ଼ । ବିଶ୍ୱର ସାଟେଲାଇଟ୍ ସିଷ୍ଟମକୁ ଏହା ପ୍ରଭାବିତ କରିବାର ଅନେକ ସମ୍ଭାବନା ରହିଛି । ନାସା ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି ।

ଘଣ୍ଟାକୁ ଲକ୍ଷାଧିକ କିଲୋମିଟର ଗତିରେ ସୌର ଝଡ଼ ବିପଦ ମାଡ଼ି ଆସୁଛି । ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହା ମାଗ୍ନେଟିକ୍‌ ଫିଲ୍ଡକୁ ପ୍ରଭାବିତ କରିପାରେ । ସୂର୍ଯ୍ୟଙ୍କଠୁ ଆସୁଛି ସାପ ଆକୃତିର ସୋଲାର ଫ୍ଲେୟାର ଆସୁଛି । ସୋଲାର ଫ୍ଲେୟାରରେ ଭରି ରହିଛି ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ରେଡିଏସନ୍ । ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ରେଡିଏସନରେ ପୃଥିବୀର ଉତ୍ତାପ ବଢ଼ିଯାଏ ।

ତେବେ ପୃଥିବୀ ପୃଷ୍ଠରେ ଉତ୍ତାପର ପ୍ରଭାବ ପଡ଼ିବନି, ହେଲେ ରେଡିଏସନର ପ୍ରଭାବ ରହିବ ବୋଲି କୁହାଯାଉଛି । ମ୍ୟାଗ୍ନେଟିକ୍ ରେଡିଏସନ୍ ପ୍ରବାବରେ ସିଗନାଲ୍ ବନ୍ଧ ହେବାର ଅନେକ ସମ୍ଭାବନା ରହିଛି । ବିଶେଷ ଭାବେ ସାଟେଲାଇଟ୍ ନେଟୱର୍କ, ଜିପିଏସ୍ ସିଷ୍ଟମ୍, ସାଟେଲାଇଟ୍ ଟିଭି ଏବଂ ରେଡିଓ ଚଳାଚଳକୁ ପ୍ରଭାବିତ କରିପାରେ ।