Advertisment

‘ମୋ ଭାଇକୁ ମାର୍‌ପିଟ୍‌ କରୁଛନ୍ତି, ଖାଇବାକୁ ଦେଉ ନାହାନ୍ତି...ତାକୁ ଫେରାଇ ଆଣ’

କାମ ନମିଳିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ମିଳିଲା ନିର୍ଯାତନା। ୪ ଜଣ ସେଠାରୁ ଖସି ପଳାଇ ଆସିଥିବା ବେଳେ ଜଣେ ଫସି ରହିଛନ୍ତି।

author-image
Rajalaxmi Sahoo
Migrant Labourer beaten in chattisgarh

Migrant Labourer beaten in chattisgarh

କାମ ନମିଳିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ମିଳିଲା ନିର୍ଯାତନା। ୪ ଜଣ ସେଠାରୁ ଖସି ପଳାଇ ଆସିଥିବା ବେଳେ ଜଣେ ଫସି ରହିଛନ୍ତି। ଛତିଶଗଡ ରାୟପୁର ଅଞ୍ଚଳରେ ଫସିଥିବା ଜଣେ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପରିବାର ଲୋକ ନିବେଦନ କରିଛନ୍ତି।  ଏନେଇ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଶ୍ରମିକଙ୍କ ପରିବାର ଲୋକେ ନିବେଦନ କରିଛନ୍ତି।

Advertisment

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନ୍‌ଏସି ୬ ନମ୍ବର ୱାର୍ଡର ଭାଲୁଚୁଆ ଗାଁର ୫ ଜଣ ଯୁବକ ଅନୁଗୁଳ ଜିଲ୍ଲା କିଶୋରନଗର ଅଞ୍ଚଳର ଜଣେ ଦଲାଲ୍ ମାଧ୍ୟମରେ ଛତିଶଗଡ ରାୟପୁର ଅଞ୍ଚଳକୁ କାମ କରିବାକୁ ଯାଇଥିଲେ। ୨ ମାସ କାମ କଲା ପରେ ସେଠାରେ କମ୍ପାନୀ ମାଲିକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନ ସେମାନଙ୍କ ଫୋନ ମଧ୍ୟ ନେଇଯାଇଥିଲେ।

ତେବେ କୌଶଳକ୍ରମେ ୪ ଜଣ ଶ୍ରମିକ ସେଠାରୁ ଖସି ଆସିଛନ୍ତି। ଶ୍ରୀବତ୍ସ ପ୍ରଧାନ ସେଠାରେ ଫସି ରହିଛନ୍ତି। ଏନେଇ ଶ୍ରୀବତ୍ସଙ୍କ ଭଉଣୀ କହିଛନ୍ତି, ‘୩ ମାସ ହେଲାଣି ମୋ ଭାଇ ବାହାରେ ରହିଲାଣି। ତା’ର କୌଣସି ଖୋଜ ଖବର ନାହିଁ। ଭାଇ ଓ ଆଉ ୪ ଜଣ ପିଲା ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ। ଭାଇ ଫୋନ୍‌ କରି କହିଲା, ମୋତେ ମାର୍‌ପିଟ୍‌ କରୁଛନ୍ତି ଓ ଖାଇବାକୁ ଦେଉ ନାହାନ୍ତି। ଏଠୁ ନେଇ ଯିବାକୁ କାନ୍ଦି କାନ୍ଦି ଭାଇ କହିଲା।’ କମ୍ପାନୀ ମାଲିକଙ୍କ କବଳରୁ ଶ୍ରୀବତ୍ସଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକ ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ସମ୍ପୁର୍ଣ୍ଣ ତଥ୍ୟ ମିଳିଲା ପରେ ଜିଲ୍ଲା ଶ୍ରମଅଧିକାରୀଙ୍କୁ ଜଣାଇ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। 

Advertisment

ସେପଟେ ହାଇଦ୍ରାବାଦରେ ଫସିଥିବା ନୂଆପଡ଼ା ଜିଲ୍ଲାର ୬୫ ଜଣ ଦାଦନ ଶ୍ରମିକ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ଇଟାଭାଟି ମାଲିକ ନିର୍ଯାତନା ଦେଉଥିବା ନୂଆପଡା ଜିଲ୍ଲାର ଏହି ଦାଦନ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏକ ଭିଡିଓ ଜରିଆରେ ଉଦ୍ଧାର ପାଇଁ ସେମାନେ ନିବେଦନ କରିଛନ୍ତି। 

କାମଧନ୍ଦା ଅଭାବରୁ ଗତ ଦୀପାବଳି ପରେ ନୂଆପଡା ଜିଲ୍ଲା ରଜନା, ଘୋଟଶ୍ୱର, ତରବୋଡ, ବେଲଗାଁ ଗାଁର ୬୫ ଜଣ ଦାଦନ ଶ୍ରମିକ ଦଲାଲ୍‌ ସହାୟତାରେ ହାଇଦ୍ରାବାଦ ନିକଟ ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ହେଲେ ଏବେ ଇଟାଭାଟି ମାଲିକ ଶ୍ରମିକମାନଙ୍କୁ ମାର୍‌ପିଟ୍ କରିବା ସହ ଅକଥନୀୟ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏକ ଭିଡିଓ ଜରିଆରେ ଉଦ୍ଧାର ପାଇଁ ସେମାନେ ନିବେଦନ କରିଛନ୍ତି। 

Migrant Labourer Odia Migrant Labourers
Advertisment
Advertisment