• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ଠାରୁ ୪ ମାସ  ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ଆସୁଥିବରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯିବ । ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳର ଏସିଏଫ୍ ପ୍ରଦୀପ କୁମାର ଦେ ।

ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ । ଏଣୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ । ବର୍ଷା କମିବା ପରେ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲର ମରାମତି କରାଯାଇ ନମ୍ବେଭରରେ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲିଥାଏ ଶିମିଳିପାଳ ଅଭୟାରଣ୍ୟ । ତେବେ ଚଳିତ ବର୍ଷ ପାଖାପାଖି ଅଢେଇ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ବନବିଭାଗ କହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now