• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପବିତ୍ର ବାହୁଡ଼ା ଯାତ୍ରା ବେଳେ ବଡ଼ଦାଣ୍ଡରେ ଲଜ୍ଜା । ଭିଡ଼ର ସୁଯୋଗ ନେଇ ମହିଳାଙ୍କୁ ଅସଦଚାରଣର ଭିଡିଓ ଭାଇରାଲ୍ । ତେବେ ଅଭିଯୁକ୍ତ ଜଣକ ଆଉ କେହି ନୁହେଁ, ଜଣେ ସୁରକ୍ଷାକର୍ମୀ ଅର୍ଥାତ୍ ଯିଏ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ନିୟୋଜିତ । ତାଙ୍କର ଏଭଳି କୁକର୍ମର ସାଂଘାତିକ ଭିଡିଓ ଘୁରି ବୁଲୁଛି ସୋସିଆଲ୍ ମିଡିଆରେ । ଭିଡ଼ ଭିତରେ ବର୍ଦ୍ଦିଧାରୀ ସୁରକ୍ଷାକର୍ମୀ ଜଣକ ଯେଉଁ କାର୍ଯ୍ୟକରିଛନ୍ତି, ତାହା ଗଣମାଧ୍ୟମରେ ମଧ୍ୟ ସ୍ପଷ୍ଟ ଦେଖାଇବା ସମ୍ଭବ ନୁହେଁ ।

ଏହାକୁ ଦେଖିଲେ ସଭ୍ୟ ସମାଜର ମୁଣ୍ଡ ନଇଁଯିବ । ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରା, ଯେଉଁଠି ଲକ୍ଷ ଲକ୍ଷ ଲୋକ ବଡ଼ଦାଣ୍ଡରେ ରଥାରୁଢ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତିର ସାଗରରେ ବୁଡ଼ ଦିଅନ୍ତି, ସେଠି ଅଭଦ୍ରାମୀର ସୀମା ଟପି ଏଭଳି ଅସଦାଚରଣ କରିବାକୁ ସୁରକ୍ଷାକର୍ମୀ ଜଣକ ସାହସ ପାଇଲେ କେମିତି ? ସେ ହୁଏତ ଭାବିଥିଲେ ଅସମ୍ଭବ ଭିଡ଼ ଭିତରେ ସମସ୍ତଙ୍କ ଅଲକ୍ଷ୍ୟରେ ଏଭଳି ଅସାଧୁ କାର୍ଯ୍ୟ କଲେ ତାଙ୍କୁ କେହି ଦେଖିପାରିବ ନାହିଁ ।

କିନ୍ତୁ ସେ ଜାଣିନଥିଲେ ଯେ, ତାହା କଏଦ ହୋଇଯାଇଛି କ୍ୟାମେରାରେ । ଏହି ଘଟଣାକୁ ବିଭିନ୍ନ ବର୍ଗର ଲୋକେ ନିନ୍ଦା କରିଥିବା ବେଳେ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଏନେଇ ପ୍ରଶାସନର ପ୍ରତିକ୍ରିୟା ମଧ୍ୟ ଆମର ହସ୍ତଗତ ହୋଇପାରିନାହିଁ ।