Advertisment

ଶ୍ରୀମନ୍ଦିରରେ ନାବାଳକଙ୍କୁ ଯୌନ ନିର୍ଯାତନା; ଯାତ୍ରୀ ଗୁମାସ୍ତାଙ୍କୁ ବାନ୍ଧିଲା ପୋଲିସ

ପୁରୀରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଆଉ କେହି ନୁହେଁ, ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଏପରି ନିର୍ଯାତନା ଦେଇଥିବା  ଅଭିଯୋଗ ଆସିଛି।

ଅଦ୍ୟତନ ହୋଇଛି
Sexual Harassment In Sreemandira

sexual harassment in sreemandira

Advertisment

ପୁରୀରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଆଉ କେହି ନୁହେଁ, ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଏପରି ନିର୍ଯାତନା ଦେଇଥିବା  ଅଭିଯୋଗ ଆସିଛି।  ସଂପୃକ୍ତ ଯାତ୍ରୀ  ଗୁମାସ୍ତାଙ୍କୁ ଗିରଫ କରାଯାଇଛି।  ଯାତ୍ରୀ ଗୁମାସ୍ତା ଜଣକ ହେଲେ ହରଚଣ୍ଡିସାହିର ୪୨ ବର୍ଷିୟ ସୁଦର୍ଶନ ମିଶ୍ର ।

Advertisment

ପୁରୀ ଶ୍ରୀମନ୍ଦିର ଭିତରେ ପୂଜା ପଣ୍ଡା ନିଯୋଗ ଦ୍ୱାରା ପରିଚାଳିତ ସଂସ୍କୃତ ଟୋଲ୍‌ରେ ବେଦ ଶିକ୍ଷା କରୁଥିବା ଜଣେ ୧୩ ବର୍ଷିୟ ନାବାଳକଙ୍କୁ ସୁଦର୍ଶନ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିିଥିଲା।    ସୁଯୋଗ ଦେଖି ସୁଦର୍ଶନ ତାଙ୍କୁ ଜବରଦସ୍ତି କୌଣସି ଲୁଚାଛପା ସ୍ଥାନକୁ  ଟେକି ନେଇ ଯୌନ ନିର୍ଯାତନା ଦେଉଥିଲେ ବୋଲି ସଂପୃକ୍ତ ନାବାଳକ ଜଣକ ଅଭିଯୋଗ କରିଛନ୍ତି। 

ନାବାଳକ ଜଣକ ଗତ ଦେଢ଼ ମାସ ଧରି ସେ ଏପରି ନିର୍ଯାତନାର ଶିକାର ହୋଇ ଆସୁଥିବା କହିଛନ୍ତି।ଏ ନେଇ ନାବାଳକ ଜଣକ କହିଛନ୍ତି, ଶ୍ରୀମନ୍ଦିର ବେଢାରେ ବେଦ କର୍ମକାଣ୍ଡ ଶିଖିବାକୁ ମନ୍ଦିରକୁ ଯାଆନ୍ତି । ମଙ୍ଗଳବାର ଦିନ ନିଳାଦ୍ରୀବିହାର ମ୍ୟୁଜିୟମ ପାଖରେ ଯୌନ ନିର୍ଯାତନା ଦେବା ପରେ ନାବାଳକ ଜଣକ ସିଂହଦ୍ୱାର ଥାନାକୁ ଆସି ଏତଲା ଦେଇଥିଲେ।  ଅଭିଯୋଗକୁ ଭିତ୍ତି କରି  ପୋଲିସ ଏହି ଘଟଣାରେ ଯାତ୍ରୀ ଗୁମାସ୍ତା ସୁଦର୍ଶନ ମିଶ୍ରଙ୍କୁ ସେକ୍ସନ ୧୦ ,ପୋସ୍କୋ ଆକ୍ଟ, ଦଫା ୩୭୭,୫୧୧ରେ  ଗିରଫ କରିଛି  । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Advertisment

(ରିପୋର୍ଟ- ମଧୁସୂଦନ ମିଶ୍ର, ପୁରୀ)

Srimandir Sexual Abuse Sexual Harassment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ