• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନରେ ଭୟର ଲେଶ ମାତ୍ର ନାହିଁ । ନୀଳ ଆକାଶ ଯେପରି ତାଙ୍କର ପ୍ରିୟ ବନ୍ଧୁ । କୁନି ବୟସରେ ସ୍ୱପ୍ନ ପୂରଣ କରିଛନ୍ତି । ଆଖି ପାଉନଥିବା ଆକାଶରେ ବିମାନ ଉଡ଼ାଉଛି ୭ ବର୍ଷୀୟ କୁନି ପୁଅ । ତେବେ ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । କିନ୍ତୁ ଏକଥା ସତ । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏପରି  ଏକ ଭିଡିଓ ଭାଇରାଲ ହେଉଥିଲା । ତେବେ କୁନି ପୁଅର ଏପରି ପ୍ରତିଭା ଦେଖି ସମସ୍ତେ  ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । 

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ଏପରି ବିମାନ ଉଡ଼ାଇ ସାରିଛନ୍ତି । ଏହି ଭାଇରାଲ୍ ଭିଡିଓ ୟୁଟ୍ୟୁବ୍ ଚ୍ୟାନେଲ୍  310 Pilotରେ ଅପଲୋଡ୍ କରାଯାଇଛି । ଜଣେ ସାତ ବର୍ଷର ବାଳକ  ପାଇଲଟ୍ ସିଟରେ ବସିଛି ଆନନ୍ଦରେ ଏକ ବିମାନ ଉଡାଉଥିବା ଦେଖିବାକୁ ମିଳୁଛି । 

ହେଲେ ସୁରକ୍ଷା ଦୃଷ୍ଟିରୁ ତାଙ୍କ ପାଖରେ ଜଣେ ପାଇଲଟ୍ ବସିଛନ୍ତି ଏବଂ ତାଙ୍କର ମାର୍ଗଦର୍ଶନ କରୁଛନ୍ତି ।  ଏତେ କମ୍ ବୟସରେ ପିଲାଟିର ବିମାନ ଚଳାଇବା କøଶଳ ଦେଖି ସମସ୍ତେ  ଆଶ୍ଚର୍ଯ୍ୟ ହୋଇଯାଆନ୍ତି  । ପିଲାଟି ଏପରି ଅନେକ ବିମାନ ଉଡ଼ାଇ ସାରିଛି ଏବଂ  ନୀଳ ଆକାଶରେ ଉଡ଼ିବାକୁ ସେ ପସନ୍ଦ କରେ ବୋଲି କୁହାଯାଉଛି । 

ବର୍ତ୍ତମାନ ଏହି ଭିଡିଓ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ସେ ବିମାନ ଚଳାଇବା ସମୟରେ ଆଦୌ ବିଚଳିତ ହେଉନି । । ଜଣେ ପ୍ରଶିକ୍ଷିତ ପାଇଲଟ୍‌ ପରି ବିମାନ ଉଡ଼ାଣ କରି କଣ୍ଟ୍ରୋଲ ରୁମ ସହ ମଧ୍ୟ କଥାବାର୍ତ୍ତା କରୁଛି ।  ତେବେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶିଶୁର ଏପରି ପ୍ରତିଭାକୁ ବହୁତ ଉପଭୋଗ କରୁଛନ୍ତି ।  

୨୫ ଲକ୍ଷ ଥର ଭିଡିଓକୁ ଦେଖି ସାରିଛନ୍ତି ୟୁଜର
ଏବେ ସୁଦ୍ଧା ଏହି ଭିଡିଓକୁ ୨୫ ଲକ୍ଷ ଥର ଦେଖାଯାଇଥିବା ତଥ୍ୟରୁ ଜଣାପଡ଼ୁଛି । ଏହା ବ୍ୟତୀତ ୧୭ ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳିଛି । ୟୁଜରମାନେ ମଧ୍ୟ ଶିଶୁର ଦକ୍ଷତା ବିଷୟରେ ଅନେକ ସକରାତ୍ମକ ମନ୍ତବ୍ୟ ଦେଉଛନ୍ତି ।