/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666973660.jpg)
Sensual performance of dancer in Bhadrak draws ire of locals
ତଳେ ଖଚାଖଚ ଦର୍ଶକଙ୍କ ଭିଡ, ମଞ୍ଚ ମଞ୍ଚରେ ଉପରେ ନୃତ୍ୟ କରୁଥିଲେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ । ରେକର୍ଡ ଡ୍ୟାନସରେ ମଜି ଯାଇଥିଲେ ହଜି ଯାଇଥିଲେ ରାନୀ । ଛୋଟ ଛୋଟ କଷ୍ଟ୍ୟୁମ୍ ପିନ୍ଧିଥିଲେ ଭଲ ମେକଅପ ବି ନେଇଥିଲେ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଛା ବଛା ବଲିଉଡ ବିଟରେ ନୃତ୍ୟ ପରିବେଶଣ ବି କରୁଥିଲେ । ଅଚାନକ କିନ୍ତୁ ରାନୀଙ୍କ ନୃତ୍ୟ ଦେଖି ଚିହିଁଙ୍କି ଉଠିଲେ ଜଣେ ମହିଳା, ସିଧା ଷ୍ଟେଜକୁ ଚଢ଼ିଲେ ଉଦଣ୍ଡ ନୃତ୍ୟ କାହିଁକି ପରିବେଶଣ କରୁଛ କହି ଚାହିଁକି ଉଠିବା ସହ ନୃତ୍ୟ ପରିବେଶଣ କରିଥିଲେ ଆଉ ତା ପରେ ଯାହା ହେଲା ଭିଡିଓ ଭାଇରାଲ ହୋଇ ସୋସିଆଲ ମିଡିଆରେ ବି ନିଆଁ ଭଳି ବ୍ୟାପିଗଲା ।
ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମଞ୍ଚ ଉପରେ ଜଣେ ଆଇଟମ ସଙ୍ଗରେ ନୃତ୍ୟ କରୁଥିବା ଡ୍ୟାନ୍ସରଙ୍କୁ ଚପଲ ମାଡ଼ କରୁଛନ୍ତି । ଏତିକିରେ ଝମେଲା ସରିନଥିବା ବେଳେ ମହିଳା ଜଣଙ୍କ ମଞ୍ଚ ଉପରକୁ ବି ଚଢ଼ି ଯାଇଥିଲେ । ଏତିକି ବେଳେ ମଞ୍ଚ ଉପରେ ମହିଳା ଜଣକ ଉଗ୍ର ରୂପ ଧାରଣ କରିଥିଲେ । ମହିଳାଙ୍କ ବିରୋଧ ପରେ ଦୀର୍ଘ କିଛି ସମୟ ପାଇଁ ନୃତ୍ୟ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ ।
ମିଳିଥିବା ଖବର ଅନୁସାରେ କିଛି ସମୟର ବାଦ ବିବାଦ ଓ ବୁଝାସୁଝା ପରେ ମହିଳା ଜଣଙ୍କ କୁଆଡ଼େ ଶାନ୍ତ ପଡ଼ିଥିଲେ । ଏବେ କିନ୍ତୁ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି କରିଛି । ଭଦ୍ରକ ବାସୁଦେବପୁର ଉପନିର୍ବାଚନର ତାତିକୁ ପଛରେ ପକାଇ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ । ମୁଁ ନୃତ୍ୟରେ ମଗ୍ନ ଥିଲି । ତେବେ ରାନୀ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ମଧ୍ୟ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)