Advertisment

ଚିକିତ୍ସା ନାଁରେ ଜୀବନ ସହ ଖେଳ ! ରୋଗୀଙ୍କ ବ୍ଲଡ୍‌ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ

ଡାକ୍ତରଙ୍କ ବଦଳରେ ରୋଗୀଙ୍କ ବ୍ଲଡ୍ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ। ଆଉ ଦିନ ୧୧ଟାରେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ପଳାଉଛନ୍ତି ଡାକ୍ତର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Poor Heath Care Management In Odisha

Security guard checks blood pressure of patient in Jharsuguda

ଡାକ୍ତରଙ୍କ ବଦଳରେ ରୋଗୀଙ୍କ ବ୍ଲଡ୍ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ। ଆଉ ଦିନ ୧୧ଟାରେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ପଳାଉଛନ୍ତି ଡାକ୍ତର। ଝାରସୁଗୁଡା ଜିଲ୍ଲା ଲଇକେରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସେବାର ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ କରାଯାଇ ଡାକ୍ତରଙ୍କ ବଦଳି କରାଯାଇଛି। ଗତ ମଙ୍ଗଳବାର ଦିନ ଏଭଳି ଚିତ୍ର ସାମ୍ନାକୁ ଆସିଥିଲା।

Advertisment

ସ୍ୱାସ୍ଥ୍ୟକେନ୍ଦ୍ରର ସୁରକ୍ଷାକର୍ମୀ ଜଣେ ରୋଗୀଙ୍କ ରକ୍ତ ଚାପ ପରୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ଦିନ ପ୍ରାୟ ୧୧ଟାରେ ଡାକ୍ତରଖାନା ଗେଟ୍ ବନ୍ଦ କରି ଡାକ୍ତର, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ପଳାଇଥିଲେ। ଅଭିଯୋଗ ପାଇବା ପରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

୫ଜଣିଆ ଟିମ୍‌ର ତଦନ୍ତ ପରେ ଲଇକେରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଟଙ୍କେଶ୍ୱର ବୁଦୁଲାଙ୍କୁ ଲଖନପୁର ବ୍ଲକ୍‌ ରେମତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସିଡିଏମଓ ବଦଳି କରିଛନ୍ତି। 

Advertisment
Advertisment
Advertisment