Advertisment

ଧବଳେଶ୍ୱର ପୀଠରେ ୧୪୪, ଭକ୍ତଙ୍କୁ ଆସିବା ମନା

ଗତକାଲି ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା।

ଅଦ୍ୟତନ ହୋଇଛି
Dhabaleswar Temple

Dhabaleswar Temple

Advertisment

ଗୁଜରାଟ ଝୁଲା ପୋଲ ଟ୍ରାଜେଡ଼ି ପରେ ଚେତିଲା କଟକ ଆଠଗଡ଼ ପ୍ରଶାସନ। ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା। ଝୁଲାପୋଲର ମରାମତି ପାଇଁ ୧୪୪ ଧାରା ଜାରି କରାଯାଇଛି। ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ୧୪୪ ଜାରି କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଜାରି ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ତାସହ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁଙ୍କୁ ସଂପୂର୍ଣ୍ଣ ବାରଣ କରାଯାଇଥିବା ସୂଚନା ମିଳିଛି। ଗତକାଲି ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିବାବେଳେ ଅପରାହ୍ନରେ ୧୪୪ ଧାରା ଜାରି କରାଯାଇଥିଲା।

ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ଧବଳେଶ୍ୱର ଝୁଲା ପୋଲ ତୁରନ୍ତ ମରାମତି ପାଇଁ ନିଷ୍ପତ୍ତି ନିଅାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ା ତେବେ ଧବଳେଶ୍ୱର ପୀଠରେ ମରାମତି ନାଁରେ ୧୪୪ ଧାରାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ବିଭିନ୍ନ ବର୍ଗର ଲୋକେ ା .... 

Advertisment
Dhabaleswar Temple Hanging Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ