/odishatv-khabar/media/post_attachments/uploadimage/library/16_9/16_9_0/Seashore__1638609644.jpg)
Seashore
ଭୁବନେଶ୍ୱର : ସିସୋର କଂପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସିସୋର ପାଇଁ ଅହମ୍ମଦାବାଦରେ ଜମି କିଣାଇ ଦେବାକୁ ଜଣେ ବ୍ୟବସାୟୀ ୫ କୋଟି ଟଙ୍କା ନେଇଥିଲେ । ସେହିପରି ଭୁବନେଶ୍ୱରରେ କୋବାଲ୍ଟ କେମିକାଲ ଲାଗି ୧ କୋଟି ନେଇଥିଲେ ଜଣେ ବ୍ୟବସାୟୀ ।
Advertisment
ଜଣେ ବ୍ୟବସାୟୀ ମହାରାଷ୍ଟ୍ର ଥାନେର ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରର । ତେବେ ଏହି ଦୁଇ ଜଣ ସିସୋରଠାରୁ ଟଙ୍କା ନେଇ ଫେରାଇନଥିଲେ । ତେଣୁ ଦୁଇ ବ୍ୟବସାୟୀଙ୍କ ୬ କୋଟିର ସଂପତ୍ତି ବାଜ୍ୟାପ୍ତ କରିଛି ଇଡି । ପୂର୍ବରୁ ସିସୋରର ୨୫୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା ଇଡି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)