• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍ମାର୍ଟ ସ୍କୁଲକୁ ପାଲ ଭରସା । ନରସିଂହପୁର ଅନନ୍ତନାରାୟଣ ଉଚ୍ଚବିଦ୍ୟାଳୟ ସ୍କୁଲ ଛାତରୁ ପାଣି ଗଳି ଭାସିଲା ଶ୍ରେଣୀଗୃହ । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ିଲେ । ପାଣି ଗଳି ସ୍କୁଲର କମ୍ପୁଟର ସହ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଏହି ସ୍ମାର୍ଟ କ୍ଲାସରୁମ୍ ୪୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ।

ଦେଖନ୍ତୁ ସ୍ମାର୍ଟ ସ୍କୁଲ୍‌ର ସ୍ମାର୍ଟ ପରିବେଶ :- 

ତେବେ ସାମାନ୍ୟ ବର୍ଷାରେରେ ସ୍କୁଲ ଛାତରୁ ପାଣି ଗଳି ସମସ୍ତ ଜିନିଷ ପତ୍ର ନଷ୍ଟ ହେବାକୁ ବସିଛି । ପିଲା ପାଠ ପଢିବା ପାଇଁ ତିଆରି ହୋଇଥିବା ଦୁଇଟି ସ୍ମାର୍ଟ କ୍ଲାସ ରୁମ୍‌ରୁ ଗୋଟିଏ ଇ-ଲାଇବ୍ରେରୀ ଓ ଅନ୍ୟଟି ବିଜ୍ଞାନ ରୁମ୍ କରାଯାଇଥିଲା । ହେଲେ ଏବେ ଏହି ରୁମ୍‌ରେ ହୋଇଥିବା ସିଲିଂ ତଳକୁ ଖସି ଭାଙ୍ଗି ଗଲାଣି । ପିଲାମାନେ ଘର ଥାଉ ଥାଉ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି । ତେବେ ଏହିଭଳି ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।