• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବର୍ଷା ଆସିନି... ପ୍ରଚଣ୍ଡ ଖରା କମିବାର ନା ଧରୁନି । ସମ୍ୱଲପୁର ଜିଲ୍ଲା କୁଚିଣ୍ଡାରେ ଜଳସମସ୍ୟା ଉତ୍କଟ ରୂପ ଧାରଣ କଲାଣି । ନଦୀନାଳ ଶୁଖିଗଲାଣି । କୁଚିଣ୍ଡା ସହର ଦେଇ ଦୁଇଟି ନଦୀ ଖର୍ଲା ଓ ଭେଡେନ ପ୍ରବାହିତ ହୋଇଛି । ତାହାରି ଉପରେ ନିର୍ଭର କରି ଶତକଡା ୯୦ ଭାଗ ଲୋକେ ଚଳିଥାଆନ୍ତି । ଏପରିକି ଜଳ ଯୋଗାଣ ବିଭାଗ ମଧ୍ୟ ଏହି ନଦୀରୁ ପାଣି ନେଇ ସହରକୁ ଯୋଗାଇଥାଏ । ଏ ବର୍ଷ କିନ୍ତୁ ଦୁଇ ନଦୀରୁ ପାଣି ଶୁଖିଯାଇ ଉତ୍କଟ ସମସ୍ୟା ଦେଖାଦେଇଛି ।

ଉଭୟ ନଦୀରେ ପୁରୁଣା ଚେକ ଡ୍ୟାମ ଥିଲେ ମଧ୍ୟ ନଦୀ ଶୁଖିଲା ପଡିଥିବାରୁ ସବୁଆଡେ ଖାଲି ବାଲି ଆଉ ବାଲି ଦେଖାଦେଇଛି । ଲୋକେ ସପ୍ଲାଏ ପାଣି ଦୁଇଓଳି ପରିବର୍ତ୍ତେ ମାତ୍ର ଥରୁଟିଏ ପାଉଛନ୍ତି । ତାହା ପୁଣି ସ୍ୱଳ୍ପ ସମୟ ଲାଗି । ତେଣୁ ସହରରେ ବର୍ତ୍ତମାନ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି ପାଣି । ଦୁଇ ନଦୀରେ ପାଣି ନଥିବା ଓ ସହରରେ ପାଣି ସମସ୍ୟା ଦେଖା ଦେଇଥିବାରୁ ସ୍ଥାନୀୟ ବିଧାୟକ  ଓ ପ୍ରଶାସକ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

 

କୁଚିଣ୍ଡାର ଦୁଇ ନଦୀ ଖର୍ଲା ଓ ଭେଡେନରେ ପାଣି ଶୁଖିବା ପ୍ରଥମ ଘଟଣା ହୋଇଥିବା ବେଳେ ସହରରେ ଲୋକେ ପାଣି କିଭଳି ପାଇବେ ଓ ଆଗକୁ କିଭଳି ସମସ୍ୟା ଦେଖା ନଯିବ ସେଥି ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

(କୁଚିଣ୍ଡାରୁ ଦେବେନ୍ଦ୍ର ବେହେରାଙ୍କ ରିପୋର୍ଟ)