Advertisment

ବାଘ ପାଇଁ ଲୋକେ ବାସହରା : ବିସ୍ଥାପିତଙ୍କ ଦୁଃଖ ବୁଝିବ କିଏ ?

ସରକାରୀ କଳର ଉଦାସୀନତା, ବାବୁମାନଙ୍କର ବେପରୁଆ ମନୋଭାବ ପାଇଁ ଏବେ ସର୍ବସ୍ୱ ହରାଇବାକୁ ଯାଉଥିବା ଅଭିଯୋଗ କରିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Satkosia tiger project

Special story

ଜୈବ ବିବିଧତାର ସଂରକ୍ଷଣ ସହ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ଭିତରେ ଥିବା କଟରଙ୍ଗ ଗ୍ରାମବାସୀ ନିଜ ଭିଟାମାଟି ତ୍ୟାଗ କରି ବିସ୍ଥାପିତ ହେବାକୁ ଯାଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅନେକ ପରିବାର କିନ୍ତୁ ବିସ୍ଥାପନ ପ୍ୟାକେଜରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ବନଖଣ୍ଡ ଅଧିକାରୀ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭୟାରଣ୍ୟରୁ ସ୍ଥାନାନ୍ତର ପାଇଁ କେନ୍ଦ୍ର ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଓ ନିୟମାବଳୀକୁ ବନ ବିଭାଗ ଆଦୌ ଅନୁସରଣ କରି ନଥିବା ଅଭିଯୋଗ ହୋଇଛି ।

Advertisment

ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା କଟରଙ୍ଗ ଗ୍ରାମବାସୀ । ନିଜ ଭିଟାମାଟି ତ୍ୟାଗ କରି ବିସ୍ଥାପିତ ହେବାକୁ ଯାଉଛନ୍ତି କିନ୍ତୁ ଅଭିଯୋଗ, ୨୦ଟି ପରିବାର ବିସ୍ଥାପନ ପ୍ୟାକେଜରୁ ବଞ୍ଚିତ କରାଯାଇଛି । ବ୍ୟାଘ୍ର ପ୍ରକଳ୍ପ ପାଇଁ ସେମାନେ ବେଘର ହେବାକୁ ଯାଉଛନ୍ତି । ବିସ୍ଥାପିତ ହେବାର ଦୁଃଖଠୁ କିନ୍ତୁ ସରକାରୀ ଅବହେଳା ଅଧିକ ଯନ୍ତ୍ରଣା ଦେଉଛି । ସରକାରୀ କଳର ଉଦାସୀନତା, ବାବୁମାନଙ୍କର ବେପରୁଆ ମନୋଭାବ ପାଇଁ ଏବେ ସର୍ବସ୍ୱ ହରାଇବାକୁ ଯାଉଥିବା ଅଭିଯୋଗ କରିଛନ୍ତି ।

ସ୍ଥାନାନ୍ତର ପ୍ରକ୍ରିୟାରେ ପଲ୍ଲୀସଭା ଓ ଗ୍ରାମ ସଭାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସ୍ୱଚ୍ଛତା ଭିତରେ ସମସ୍ତ ବିଷୟ ଆଲୋଚନା ହୋଇ ନିଷ୍ପତ୍ତି ଗ୍ରହଣ ହେବାର ବ୍ୟବସ୍ଥା ବି ରହିଛି । ହେଲେ ବନ ବିଭାଗ ତରବରିଆ ଭାବେ ତଥ୍ୟ ସଂଗ୍ରହ ସହ ସଠିକ୍ ଆଲୋଚନା ନକରି ପ୍ୟାକେଜରେ ନାମ ପଞ୍ଜିକୃତ କରିଥିବା ଅଭିଯୋଗ ହୋଇଛି । ସେପଟେ ବିସ୍ଥାପନ ପ୍ୟାକେଜରୁ ୨୦ ପରିବାର ବଞ୍ଚିତ ହୋଇଥିବାବେଳେ ଏହାକୁ ନେଇ ପରିବେଶବିତ ଓ ସାମାଜିକ କର୍ମୀ ଅସନ୍ତୋଷ ଜାହିର କରିଛନ୍ତି । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମସ୍ୟା ବିଷୟରେ ଅବଗତ ଅଛନ୍ତି । ଏନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା କହିଛନ୍ତି ।

Advertisment
Satkosia Tiger Project
Advertisment
Advertisment