/odishatv-khabar/media/post_attachments/uploadimage/library/16_9/16_9_0/Khallikot_1639829128.jpg)
Khallikot
ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଭିକ୍ଷା ମାଗୁଛନ୍ତି ମହିଳା ସରପଞ୍ଚ । କଥାଟା ଟିକେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଏଭଳି କିଛି ଅଭାବନିୟ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ମହିଳା ଶରପଞ୍ଚ ଜଣକ ଘରକୁ ଘର ବୁଲି ବିଭିନ୍ନ ଗାଁରେ ଭିକ ମାଗୁଥିବାର ଦେଖିବାକୁ ମିଳିବା ପରେ ସରକାରଙ୍କ ମାଳ ମାଳ ଜନକଲ୍ୟାଣ ମୂଳକ ଯୋଜନା ଉପରକୁ ଆଙ୍ଗୁଳି ଉଠିଛି ।
ଦାରିଦ୍ରର କରୁଣ ଦୃଶ୍ୟ । ପେଟ ଚାଖଣ୍ଡକ ପାଇଁ ଭିକ ମାଗୁଛନ୍ତି ମହିଳା ସରପଞ୍ଚ । ଜନତାଙ୍କ ସାହାରା ପାଲଟିବା ଲାଗି ନିର୍ବାଚିତ ହୋଇଥିବା ସରପଞ୍ଚ ଏବେ ନିଜେ ଅସହାୟ ହୋଇପଡ଼ିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପାଞ୍ଚାୟତର ସରପଞ୍ଚ ହେମ ନାୟକଙ୍କ ଭିକ୍ଷା ବୃତ୍ତି କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି। ପୂର୍ବରୁ ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି କରିବା ପରେ ମଧ୍ୟ କେହି ଶୁଣିଲେ ନାହିଁ ତାଙ୍କର କଥା। ଆଉ ଏବେ ନିଜେ ସରପଞ୍ଚ ଗାଁ ଗାଁରେ ଘର ଘର ବୁଲି ଭିକ ମାଗୁଥିବାର ନଜର ଆସିଛି ।
ପ୍ରତ୍ୟେକ ଦିନ ଏହି ଭଳି ବିଭିନ୍ନ ଗାଁ ବୁଲି ଚାଉଳ ଟଙ୍କା ଓ ଖାଇବା ଜିନିଷ ମାଗି ନେଉଥିବା ଗାଁ ଲୋକେ କହୁଥିବା ବେଳେ ସ୍ଥାନୀୟ ବିଧାୟକ କିମ୍ବା ପ୍ରଶାସନିକ ଅଧିକାରୀ ନଜରକୁ ଏହା କିଭଳି ଆସିଲା ନାହିଁ ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଏପରିକି ନିକଟରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟୀକାଙ୍କ ସାଥୀରେ ହେମ ଉପସ୍ଥିତ ଥିବା ନଜରକୁ ଆସୁଥିବା ବେଳେ ଦିନ କେଇଟା ନ ପୁରୁଣୁ ରାସ୍ତା କଡ଼ରେ ହାତ ପତାଉଥିବା ଦୃଶ୍ୟ ସମସ୍ତଙ୍କୁ ଚକ୍କିତ କରିଛି।
ସୂଚନା ଅନୁସାରେ, ୨୦୧୭ ମସିହାରେ ହୋଇଥିବା ପାଞ୍ଚାୟତ ନିର୍ବାଚନରେ ବାଦପଲ୍ଲୀ ପାଞ୍ଚାୟତରେ ହରିଜନ ସଂରକ୍ଷଣ ହେବାରୁ ଏହି ପାଞ୍ଚାୟତ ହେମଙ୍କ ପରିବାରକୁ ଛାଡି ଦେଲେ କେହି ହରିଜନ ପରିବାର ନଥିଲେ । ଫଳରେ ହେମଙ୍କୁ ଅପ୍ରତିଦ୍ୱନ୍ଦୀ ଭାବେ ସରପଞ୍ଚ କରିଦିଆଗଲା । ସଂରକ୍ଷଣ କାରଣରୁ ସରପଞ୍ଚ ହେଲେ ହେମ କିନ୍ତୁ ବଦଳି ପାରିଲାନି ତାଙ୍କ ସ୍ଥିତି । ପୁଣି ପାଞ୍ଚାୟତ ନିର୍ବାଚନ ଆସିଲାଣି କିନ୍ତୁ ହେମ ଯେମିତି ଥିଲେ ତାଙ୍କର ସ୍ଥିତି ସେମିତି ରହିଛି । କିଛି ଲୋକ ହେମଙ୍କ ମାନସିକ ସ୍ଥିତି ଠିକ୍ ନଥିବା କହୁଥିବା ବେଳେ ବାସ୍ତବତା ତର୍ଜମା କରିବାର ବେଳେ ଆସିଛି। ଏଠି ପ୍ରଶ୍ନ ଉଠୁଛି ଜଣେ ସରପଞ୍ଚ ଯଦି ଅସହାୟ ତେବେ ସରକାରୀ ଯୋଜନା କାହା ସ୍ୱାର୍ଥରେ ? ଯଦି ତାଙ୍କ ମାନସିକ ସ୍ଥିତି ଭଲ ନାହିଁ ତେବେ ସେ ପଞ୍ଚାୟତରେ ବିକାସ ମୂଳକ କାମ ହେଉଛି କିଭଳି। ସରକାରୀ ଅନୁଦାନ ଖର୍ଚ୍ଚରେ ହେମ ସାକ୍ଷର ରହୁଛି ନା ଏହା ପଛରେ କୌଣସି ଅଦୃଶ୍ୟ ଶକ୍ତି ରହିଛି ତାହା ର ଖୋଳତାଡ କରିବା ଜରୁରୀ ହୋଇପଡିଛି। ସେପଟେ ଏହାକୁ ସ୍ଥାନୀୟ ବୃଦ୍ଧିଜୀବୀ କହିଛନ୍ତି ଏହା ଗଣତନ୍ତ୍ର ପାଇଁ ଲଜ୍ୟା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)