/odishatv-khabar/media/post_attachments/uploadimage/library/16_9/16_9_0/Sapua_Dam_1674310144.jpg)
Sapua Dam
ଦେଖିବାକୁ ସାପ ପରି । ଅଙ୍କା ବଙ୍କା ହୋଇ ସାପ ପରି ଦିଶୁଥିବା ସୁନ୍ଦର ଜଳଉତ୍ସ ହେଲେ ସାପୁଆ ଡ୍ୟାମ୍ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡିରୀ ନିକଟରେ ଅଛି ଏହି ଡ୍ୟାମ୍ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବାରୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ଏହାକୁ ସ୍ୱତନ୍ତ୍ର ସ୍ଥାନ ମିଳିଛି । ଏଠାକାର ପାହାଡ ପର୍ବତ ଘେରା ସବୁଜିମା ପରିବେଶ ସାଙ୍ଗକୁ ଡ୍ୟାମ ଦେଇ ପ୍ରବାହିତ ହେଉଥିବା ନୀଳ ଜଳରାଶି ସମସ୍ତଙ୍କୁ ବିମୋହିତ କରିଥାଏ । ଯେଉଁଥି ପାଇଁ ଶୀତଦିନେ ଏଠି ପର୍ଯ୍ୟଟକଙ୍କ ଭିଡ଼ ଜମେ ।
ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଏହି ସାପୁଆ ଡ୍ୟାମ ନିକଟରେ ନା ଅଛି ଆଲୋକ ବ୍ୟବସ୍ଥା, ନା ଅଛି ପାନୀୟ ଜଳର ସୁବିଧା । ଏଠାକୁ ପିକନିକ ପାଇଁ ଆସୁଥିବା ପର୍ଯ୍ୟ ଟକଙ୍କ ପାଇଁ ବିଶ୍ରାମାଗାର ମଧ୍ୟ ନାହିଁ । ସୁରକ୍ଷା କଥା ନକହିବା ଭଲ । ଯେଉଁଥି ପାଇଁ ସଂଧ୍ୟା ହେଲେ ଏଠି ଅସାମାଜିକ ଯୁବକଙ୍କ ଆଡ୍ଡା ଜମିଥାଏ ।
୨୦୧୯ ମସିହାରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସାପୁଆ ଡ୍ୟାମର ଉନ୍ନତିକରଣ ପାଇଁ ସରକାରଙ୍କ ନିକଟରେ ୧ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ତାହା ଏଯାଏଁ ମଞ୍ଜୁର ହେଲା ନାହିଁ ।
ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପ୍ରସିଦ୍ଧି ଲାଭ କରିଥିବା ଢେଙ୍କାନାଳର ଏହି ସାପୁଆ ଡ୍ୟାମ ଉପରେ କେବେ ସରକାରଙ୍କ ନଜର ପଡିବ ଆଉ କେବେ ଏହାର ସୁବିଧା ପାଇବେ ପର୍ଯ୍ୟଟକ ଏବେ ତାକୁ ଅପେକ୍ଷା।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)