• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ସରସ୍ୱତୀ ପୂଜା । ବିଧି ଅନୁସାରେ ବସନ୍ତ ପଞ୍ଚମୀ ତିଥିରେରେ ସରସ୍ୱତୀଙ୍କ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହାସହ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ । ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ବରୁପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ ।

ସେହିପରି, ମାଦଳା ପାଞ୍ଜି ଅନୁଯାୟୀ ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀରେ ଫଗୁଚାଚେରୀ ଉତ୍ସବ ପ୍ରଚଳନ କରାଇ ୩୦ମାଢ଼ ସୁନା ଖଞ୍ଜା କରାଇଥିଲେ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନେ ଶୀତ ପାଇଁ ଯେଉଁ ଘୋଡ଼ବସ୍ତ୍ର ପରିଧାନ କରିଥାନ୍ତି ତାହା କଢ଼ାଯାଇ ଜାମା ଲାଗି ବସ୍ତ୍ର ପିନ୍ଧାଯାଏ ।

ସୁବର୍ଣ୍ଣର ନଳିଭୁଜ, ଆଡ଼କାନି, ତଡ଼କି, ତିଳକ, ଚନ୍ଦ୍ରିକା, କୁଣ୍ଡଳ, ଓଡ଼ିଆଣୀ, ଚନ୍ଦ୍ର-ସୂର୍ଯ୍ୟ ଓ ଘାଘଡ଼ାମାଳିରେ ମଣ୍ଡିତ ହୋଇ ବାଚେରୀ ବେଶରେ ଦର୍ଶନ ଦିଅନ୍ତି । ସେହିପରି ଆଜିର ପବିତ୍ର ତିଥିରେ ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଯାଇଥାଏ । ବନ ବିଭାଗରୁ ପ୍ରଥମକରି ଆସିଥିବା ରଥକାଠ ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ ।

ଅନ୍ୟପକ୍ଷେ, ସରସ୍ୱତୀ ପୂଜା ଉପଲକ୍ଷେ ବୀଣାପାଣି ମା ସରସ୍ୱତୀଙ୍କ ପୂଜାକୁ ନେଇ ପୁରୀ ବେଳାଭମିରେ ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ମା ସରସ୍ୱତୀ ହାତରେ ବୀଣା ଧରିଥିବାର ବାଲିରେ ବିରାଟ ମୂର୍ତ୍ତି କରି ଏହି କଳାକୃତିରେ ହାପି ସରସ୍ୱତୀ ପୂଜା ବୋଲି ଲେଖିଛନ୍ତି ସୁଦର୍ଶନ । ଏହି ସୁନ୍ଦର ବାଲୁକା କଳା ଦେଖିବାକୁ ସକାଳୁ ସକାଳୁ ଲୋକଙ୍କ ଗହଳି ଲାଗିଛି ।

OTV