/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644294274.jpg)
Samiti Member Aspirant’s Husband ‘Kidnapped’ In Subarnapur
ପାଖେଇ ଆସୁଛି ନିର୍ବାଚନ ତାରିଖ । କମ୍ପୁଛି ପ୍ରଚାର ମୌଦାନ୍ । ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ଜୋରସୋର୍ରେ ପ୍ରଚାର କରୁଛନ୍ତି । ଠିକ୍ ଏହି ସମୟରେ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅପହରଣ କରିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏହିପରି ସଙ୍ଗୀନ ଅଭିଯୋଗ । ନିର୍ବାଚନ ପାଇଁ ପ୍ରଚାର କରୁଥିବା ସମୟରେ ଅପହରଣ ହୋଇଥିବାର ସୂଚନା ମିଳିଛି ।
ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥିନୀ ମିନାକ୍ଷୀ ଦେହେରୀ ସ୍ୱାମୀ ରାଜେଶ ଦେହେରିଙ୍କ ସହ ସକମା ଗାଁରେ ପ୍ରଚାର କରୁଥିଲେ । ସେହି ସମୟରେ ସୁରେଶ ପୁଜାହାରୀ ନାମକ ଜଣେ ବ୍ୟକ୍ତି ଆସି ଛୁରୀ ଏବଂ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ । ଏପରିକି ଉଭୟଙ୍କୁ ହତ୍ୟା ଧମକ ସହ ନିର୍ବାଚନ ନ ଲଢ଼ିବାକୁ ଚେତାବନୀ ଦେଇଥିଲେ ବୋଲି ମିନାକ୍ଷୀ ଅଭିଯୋଗ କରିଛନ୍ତି ।
ଏନେଇ ସେ ବିନିକା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହାପରେ ସୁରେଶ ପୁଜାହାରୀ ଏବଂ ତାଙ୍କ ସାଙ୍ଗରେ ଥିବା ୮ରୁ ୧୦ ଜଣ ଲୋକ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀଙ୍କୁ କିଡନ୍ୟାପ୍ କରି ନେଇଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ବିନିକା ପୋଲିସ ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)