Advertisment

‘‘ହାପି ବର୍ଥ ଡେ’ ସଲ୍ଲୁ’’ : ଆଜି ସୁପର ଷ୍ଟାର ସଲ୍ଲମାନ ଖାନ୍‌ଙ୍କ ଜନ୍ମଦିନ

ଆଜି ବଲିଉଡର ‘ସୁଲ୍‌ତାନ’ ସଲମାନ ଖାନ୍‌ଙ୍କ ଜନ୍ମଦିନ । ୫୭ ବର୍ଷରେ ପାଦ ପାଦ ଦେଇଛନ୍ତି ସଲମାନ୍ । ପ୍ରିୟ କଳାକାରଙ୍କ ଜନ୍ମଦିନ ଅବସରରେ ଗତକାଲି ରାତି ଅଧରେ ସଲମାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟ ଆଗରେ ତାଙ୍କ ଫ୍ୟାନ୍ସମାନେ ଭିଡ଼ ଜମାଇଥିଲେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Salman Khan’s birthday

Salman Khan’s birthday

ନୂଆଦିଲ୍ଲୀ: ଆଜି ବଲିଉଡର ‘ସୁଲ୍‌ତାନ’ ସଲମାନ ଖାନ୍‌ଙ୍କ ଜନ୍ମଦିନ । ୫୭ ବର୍ଷରେ ପାଦ ପାଦ ଦେଇଛନ୍ତି ସଲମାନ୍ । ପ୍ରିୟ କଳାକାରଙ୍କ ଜନ୍ମଦିନ ଅବସରରେ ଗତକାଲି ରାତି ଅଧରେ ସଲମାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟ ଆଗରେ ତାଙ୍କ ଫ୍ୟାନ୍ସମାନେ ଭିଡ଼ ଜମାଇଥିଲେ । ଏହାସହ ସେମାନେ କେକ୍ କାଟି ଜନ୍ମଦିନ ମଧ୍ୟ ପାଳନ କରିଥିଲେ । ଗତ ଗତ କାଲି ବିଳମ୍ବିତ ରାତିରେ ଜନ୍ମଦିନ ସେଲିବ୍ରେଟ କରିବାର କିଛି ଫଟୋ ମଧ୍ୟ ଲୋକମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Advertisment

ଗତକାଲି ସର୍ପାଘାତର ଶିକାର ହୋଇଥିବା ସଲମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି । ବର୍ତ୍ତମାନ ସେ ନିଜ ଫାର୍ମ ହାଉସରେ ହିଁ ରହିଛନ୍ତି । ସୂଚନା ଅନୁସାରେ ବି ଟାଉନର ଅନେକ ଷ୍ଟାର ଗତକାଲି ରାତିରେ ଫାର୍ମ ହାଉସ ଯାଇ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

Advertisment

­­ସୂଚନା ଅନୁସାରେ, ଗତ ଦୁଇ ଦିନ ପୂର୍ବେ ସଲମାନ୍‌ଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ସଲମାନ୍‌ ପନ୍‌ଭେଲ ଫାର୍ମହାଉସ୍‌ରେ ଥିବାବେଳେ ଏହି ଘଟଣା ଘଟିଥିଲା। ଘଟଣା ପରେ ସଲମାନ୍‌ଙ୍କୁ ତୁରନ୍ତ ନଭି ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ଏମ୍‌ଜିଏମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଗତକାଲି ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ସଲମାନ୍‌ଙ୍କ ହାତକୁ କାମୁଡ଼ି ଥିବା ସାପଟି ବିଷଧର ନୁହେଁ ବୋଲି ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବାବେଳେ ଏବେ ସେ ପନ୍‌ଭେଲ ଫାର୍ମ ହାଉସ୍‌ରେ ଅଛନ୍ତି।

Salman Khan Salman Khan Birthday
Advertisment
Advertisment