/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696587103.jpg)
SCB Medical
କଟକ ଏସସିବି ମେଡିକାଲରେ ଅବ୍ୟବସ୍ଥାର ନଗ୍ନ ଚିତ୍ର । ଠେଙ୍ଗାରେ ଝୁଲୁଛି ସାଲାଇନ । ରୋଗୀକୁ ସାଲାଇନ ଦେବା ସମୟରେ ତାକୁ ଏକ ଠେଙ୍ଗାରେ ଝୁଲା ଯାଇଛି । ପ୍ରକୃତରେ ରୋଗୀଙ୍କ ବେଡ୍ରେ ସାଲାଇନ ବୋତଲ ଝୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥାଏ । କିନ୍ତୁ ଆପଣ ଦେଖୁଥିବା ଚିତ୍ରରେ ସେମିତି ବ୍ୟବସ୍ଥା ନ ଥିଲା । ନ ଥିଲା ସାଲାଇନ ଷ୍ଟାଣ୍ଡ । ତେଣୁ ରୋଗୀଙ୍କ ସଂପର୍କୀୟ ଗୋଟିଏ ଜୁଗାଡ୍ କରି ଏକ ଠେଙ୍ଗାରେ ଝୁଲାଇ ଥିଲେ ସାଲାଇନ ବୋତଲ । ଏହି ଦୃଶ୍ୟ ହେଉଛି କଟକ ବଡ଼ ଡାକ୍ତରଖାନା କାଜୁଆଲିଟି ୱାର୍ଡର ।
ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି, କିନ୍ତୁ ସାମାନ୍ୟ କଥା ପାଇଁ ଦୃଷ୍ଟି ପଡୁ ନାହିଁ ବୋଲି କହିଛନ୍ତି ରୋଗୀଙ୍କ ସଂପର୍କୀୟ । ଏହାପୂର୍ବରୁ ବିଦ୍ୟୁତ କାଟ ଓ ପାଣି ସମସ୍ୟା ନେଇ ହଇରାଣ ହରକତ ହୋଇଥିଲେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ । କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ । ବିଶ୍ୱସ୍ତରୀୟର ଡିଣ୍ଡିମ ପିଟା ଚାଲିଥିବା SCB ମେଡିକାଲ୍ରେ ସତେ ଯେମିତି ଅନ୍ତଃହୀନ ଦୁର୍ଦ୍ଦଶା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)